ଭୁବନେଶ୍ୱର : କରୋନା ଲକଡାଉନ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ କାମରେ ନିୟୋଜିତ ମହାରଣା ସେବକମାନଙ୍କର ସ୍ୱାସ୍ଥ୍ୟସେବା ଯାଞ୍ଚ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ରଥ କାର୍ଯ୍ୟ ନିର୍ମାଣ ହେଉଛି । ତେବେ ଏହି ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ଜୁନ୍ ୨୨ ସୁଦ୍ଧା ଶେଷ କରିବାକୁ ମାନ୍ୟବର ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ସଂପର୍କିତ ଦାୟର କରାଯାଇଥିବା ପିଆଇଏଲ୍ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ବୋଲି ଆଡଭୋକେଟ ଜେନେରାଲ ଅଶୋକ ପରିଜା ହାଇକୋର୍ଟଙ୍କୁ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ରଥ ନିର୍ମାଣ କରାଯାଇପାରିବ କି ନା ? ଏବଂଆଗକୁ ସୁରୁଖୁରୁରେ ରଥଯାତ୍ରା ହୋଇପାରିବ କି ନା\’ ଏହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଓ ରାଜ୍ୟ ସରକାର ବାରମ୍ବାର ବିଚାରବିମର୍ଷ କରି ଏବେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପରିସ୍ଥିତି ସୁଧୁରିଲେ ରଥଯାତ୍ରା ହେବ ନଚେତ୍ ଅନ୍ୟ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ସମ୍ଭାବନା ପ୍ରକାଶ ପାଇଛି ।