ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଦ୍ରୁତଗତି ରେ ବୃଦ୍ଧି ପାଇଛି । ଆଜି ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨୫ଜଣ ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ୍ ଜରିଆରେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧, ଖୋର୍ଦ୍ଧା ଜିଲ୍ଲାରୁ ୮, କଟକ ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୮, ବାଲେଶ୍ୱର ଜିଲ୍ଲାରୁ ୨୧, ପୁରୀ ଜିଲ୍ଲାରୁ ୭, ଅନ୍ୟାନ୍ୟ ୧୧, ଗଜପତି ଜିଲ୍ଲାରୁ ୨୮, ଜଗତସିଂହପୁର ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ଜଣେ, ମାଲକାନାଗିରି ଜିଲ୍ଲାରୁ ଜଣେ, ଅନୁଗୋଳ ଜିଲ୍ଲାରୁ ଜଣେ, କୋରାପୁଟ ଜିଲ୍ଲାରୁ ଜଣେ, ଝାରସୁଗୁଡା ଜିଲ୍ଲାରୁ ୨ଜଣ ଓ ନବରଙ୍ଗରପୁର ଜିଲ୍ଲାରୁ ତିନି ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୬୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୧ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।