କୋଭିଡ ୧୯ ସଂକ୍ରମଣ ରୋକିବା ନିମନ୍ତେ ସେଲ ଆରଏସପିର ଇସ୍ପାତ ସହରାଞ୍ଚଳରେ ବ୍ୟାପକ ବିଶୋଧନ ଅଭିଯାନ ଜାରି

ରାଉରକେଲା :ବୈଶ୍ଵିକ ମହାମାରୀ କୋଭିଡ ୧୯ ସୃଷ୍ଟି କରିଥିବା ବୃହତ ଆହ୍ଵାନ ଦୃଷ୍ଟିରୁ ସେଲ ରାଉରକେଲା ଇସ୍ପାତ କାରଖାନା ଏହି ଭୟାବହ ରୋଗ ସଂକ୍ରମଣର ପ୍ରତିରୋଧ ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି । କାରଖାନାର ସହର ଇଞ୍ଜିନିୟରିଂ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ବିଭାଗ ଏଥିନିମନ୍ତେ ଇସ୍ପାତ ସହରାଞ୍ଚଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ ରୂପେ ସଫେଇ ଓ ବିଶୋଧନ ଅଭିଯାନ ଜାରି ରଖିଛି ।
ସର୍ବସାଧାରଣ ସ୍ଥାନ ବିଶେଷତଃ ଜନଗହଳି ହେଉଥିବା ବଜାର ଅଞ୍ଚଳଗୁଡିକୁ ବିଶେଷ ଧ୍ୟାନ ଦିଆଯାଉଛି । ଜନସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା ବିଭାଗର ସହଯୋଗରେ ଅପ୍ରେଲ ୨୩ ତାରିଖରେ ଇସ୍ପାତ ମାର୍କେଟ ଅଞ୍ଚଳରେ ବ୍ୟାପକ ବିଶୋଧନ ଓ କୀଟାଣୁ ନାଶକ ଅଭିଯାନ ସମ୍ପନ୍ନ କରିଥିଲା। ଏହି ପ୍ରୟାସ ଅନ୍ତର୍ଗତ ସମସ୍ତ ଦୋକାନ, ବଜାର ପିଣ୍ଡି ଏବଂ ଯାତାୟାତ ପଥ ବିଶୋଧିତ କରାଯାଇଥିଲା ।

Comments (0)
Add Comment