ଚାଉଳ କିଲୋ @୧, ପିଆଜ @୮୦ : ପରିବା ଆଡକୁ ହାତ ଯାଉନି, ଖାଉଟୀ ହନ୍ତସନ୍ତ

ହରଭଙ୍ଗା : କରୋନା ମହାମାରୀ ସଂକ୍ରମିତକୁ ନେଇ ଆଜକୁ ୭ ମାସ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇପଜିଛି । ହୁହୁ ହୋଇ ବଢୁଥିବା ଦରଦାମକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ରୋକିବାରେ ବିଫଳ ହୋଇଥିବାରୁ ଖାଉଟି ମହଲରେ ଏବେ ଏହି ଦରବୃଦ୍ଧି ଚିନ୍ତାର କାରଣ ହୋଇଛି । ସରକାରଙ୍କ ପକ୍ଷରୁ ୧ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ପିଆଜ କିଲୋପ୍ରତି ୮୦ ଟଙ୍କା ରହିଛି । ସେହିପରି ଆଳୁ କିଲୋ ୪୦ ଟଙ୍କା, ବାଇଗଣ କିଲୋ ୬୦ ଟଙ୍କା, ଟମାଟୋ କିଲୋ ୬୦ ଟଙ୍କା, ଫୁଲକୋବି କିଲୋ ୧୦୦ ଟଙ୍କା, କଲରା କିଲୋ ୬୦ ଟଙ୍କା, ଗୁଆଁର କିଲୋ ୬୦ ଟଙ୍କା, କଞ୍ଚାଲଙ୍କା କିଲୋ ୧୫୦ ଟଙ୍କାରେ ବିକ୍ରୀୟ ହେଉଛି ହରଭଙ୍ଗା, ଚାରିଛକ, ପୁରୁଣାକଟକ ଆଦି ସ୍ଥାନମାନଙ୍କରେ ।

ସେହିଭଳି ତେଲ, ଡାଲି, ଲୁଣ ଇତ୍ୟାଦି ଆତ୍ୟାବଶ୍ୟକ ସାମଗ୍ରୀ କିଣିବାରେ କଷ୍ଟକର ହେଉଛି । ୫ଶହ ଟଙ୍କାରେ ସଉଦା କଲେ ମଧ୍ୟ ପୁରୁନି ବ୍ୟାଗ । ଏଥିରେ ବିଶେଷ କରି ଗରୀବ ଓ ମଧ୍ୟବିତ ପରିବାର ବର୍ଗର ଲୋକ ଅଧିକ ସନ୍ତୁଷିତ ହେବାର ଦେଖିବାକୁ ମିଳୁଛି । ପ୍ରକାଶଥାଉକି ହରଭଙ୍ଗା ବ୍ଲକ ଅଂଚଳରେ ବହୁଳ ମାତ୍ରରେ ପିଆଜ ଓ ଆଳୁ ଉତ୍ପାଦିତ ହେଉଥିଲା । କ୍ରମଶଃ ସରକାର ଚାଷ ପ୍ରତି ପ୍ରୋତ୍ସାହନ ଦେଉନଥିବାରୁ ଚାଷୀଙ୍କର ଚାଷପ୍ରତି ମନୋବଳ କମିଯାଉଛି । ଏପରିକି ପ୍ରତିଦିନ ରାଜ୍ୟବାସୀ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ନାସିକକୁ ହାତାଉଛନ୍ତି । ଦୀର୍ଘବର୍ଷ ଧରି ଆଳୁ ଓ ପିଆଜ ଓଡିଶାରେ ଆବଶ୍ୟକତା ମତେ ଉତ୍ପାଦନ ହେଉନଥିବାରୁ ଆମେ ଆଳୁ, ପିଆଜ ଓ ପନିପରିବା ନାସିକ ଓ ଆନ୍ଧ୍ର ଉପରେ ନିର୍ଭର କରୁଛେ । ମାତ୍ର ଆମ ରାଜ୍ୟରେ ଚାଷୀଙ୍କୁ ସରକାର ପ୍ରୋତ୍ସାହନ ଦେଉନାହାନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଳୁ ଓ ପିଆଜର ବ୍ୟାପକ ଚାଷ ପ୍ରତି ସରକାର ଯଦି ଦୃଷ୍ଟି ଦିଅନ୍ତେ ତେବେ ଏଭଳି ସଂକଟ ଦେଖାଯାଆନ୍ତା ନାହିଁ । ବୌଦ୍ଧ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଅହେତୁକ ବୃଦ୍ଧି ପାଉଥିବା ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣରେ ରଖିବାକୁ ଖାଉଟି ମହଲରେ ଦାବି ହେଉଛି ।

Comments (0)
Add Comment