ଦାଦାବଟି ରୋକିବାକୁ ଜାରି ହେଲା ହେଲପଲାଇନ ନମ୍ବର

ଭୁବନେଶ୍ୱର: ଦାଦାବଟି ରୋକିବାକୁ କଟକ-ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହେଲପଲାଇନ ନମ୍ବର ଜାରି କରିଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି । ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେକୌଣସି ବ୍ୟକ୍ତି ଦାଦାବଟି ବା ଚାନ୍ଦ ଭଳି ସ୍ଥିତିର ଶିକାର ହେବେ ହେଲପଲାଇନ ନମ୍ବର ୯୯୩୮୯୧୦୦୦୦କୁ ଫୋନ୍‌ କରି ଜଣାଇ ପାରିବେ । ଡିଜି ଶ୍ରୀ ଅଭୟ କହିଛନ୍ତି ଏହି ନମ୍ବରରେ ଏସ୍‌ଏମ୍‌ଏସ୍‌ କିମ୍ବା ହ୍ୱାଟ୍ସଅପ କରି ମଧ୍ୟ ଜଣାସାଧାରଣ ପୁଲିସକୁ ସୂଚନା ଦେଇପାରିବେ । ପୁଲିସ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେବ । ସୂଚନାକାରୀଙ୍କ ନାମ ଓ ଠିକଣାକୁ ଗୋପନ ରଖାଯିବ । ପୁଲିସର ଆଣ୍ଟିଏକ୍ସର୍ଟସନ୍‌ କୁଇକ୍‌ ତୁରନ୍ତ ଏ ନେଇ ଅପରେସନ ଆରମ୍ଭ କରିଛି । ମାତ୍ର ୪ ଦିନ ତଳେ ଦାଦା ବଟି କୁ ନା’ କାର୍ଯ୍ୟକ୍ରମ କମିଶନରେଟ୍‌ ପୁଲିସ ଆରମ୍ଭ କରିବା ପରେ ଦାଦାବଟି ଆଦାୟ ବିରୋଧରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟଙ୍କ ସମେତ ୨୪ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଏ ସଂପର୍କରେ ୧୫ଟି ମାମଲା ରୁଜୁ ହୋଇଛି ।

Comments (0)
Add Comment