ଆସିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ, ପୌରପରିଷଦ ଛାନିଆ

ଫୁଲବାଣୀ:ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ମଇଳା ଆବର୍ଜନା ସଫେଇ ନହେବା ନେଇ ଖବର ପାଇ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସଫେଇ କାମ ତୁରନ୍ତ ଆରମ୍ଭ କରିଛି ଫୁଲବାଣୀ ମୁନିସିପାଲିଟି ।
କନ୍ଧମାଳ ଜିଲ୍ଲାର ମୁଖ୍ୟାଳୟ ହେଉଛି ଫୁଲବାଣୀ ସହର,ତେବେ ସହର ମଧ୍ୟରେ ଲୋକ ସଂଖ୍ୟା ଅଧିକ ହୋଇଥିବାବେଳେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷର ଆବର୍ଜନା ମାତ୍ରା ସହରରେ ବଡିବାରେ ଲାଗିଛି । ଏହିପରି ସମୟରେ ଫୁଲବାଣୀ ମୁନିସିପାଲିଟି ଏହି ମଇଳା ଆବର୍ଜନାକୁ ଅଣଦେଖା କରି ସଫେଇ କରୁନଥିଲା । ଏଣୁ ସହରର ବହୁତ ମୁଖ୍ୟ ସ୍ଥାନ ବିଜୁପଟ୍ଟନାୟକ ଛକ, ଏସ ବି ଆଇ ଛକ, ମାଦିକୁନ୍ଦା ଛକ, ପୋଷ୍ଟ ଅଫିସ ଛକ ଏବଂ ସହର ମଧ୍ୟରେ ଥିବା ବିଭିନ୍ନ ୱାର୍ଡ ଆଦି ଅନେକ ସ୍ଥାନରେ ମଇଳା ପଡି ମଶା,ମାଛି ହେବା ସହ ଦୁର୍ଗନ୍ଧରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡି ଥିଲା । ଏହି ଖବର ଶୁଣି କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ଫୁଲବାଣୀ ମୁନିସିପାଲିଟି ଅଧିକାରୀଙ୍କୁ ସହରର ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସହରର ସମସ୍ତ ଆବର୍ଜନା ପଡିରହୁଥିବା ସ୍ଥାନ ଏବଂ ୱାର୍ଡ ମଧ୍ୟରେ ସଫେଇ କରାଯାଇଛି ଏବଂ ଆଗକୁ ଆଉ ଏପରି ଭୁଲ ଯେମିତି ନହୁଏ ଏଥିପାଇଁ ମନ୍ତ୍ରୀ ଶ୍ରୀ ଜେନା ମୁନିସିପାଲିଟି ଅଧିକାରୀଙ୍କୁ ତାଗିତ କରିଛନ୍ତି । ଯାହାରି ଫଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫୁଲବାଣୀ ସହରବାସୀ ଏବଂ ବୁଦ୍ଧିଜୀବୀ ଧନ୍ୟବାଦ ଜଣେଇ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

Comments (0)
Add Comment