କେନ୍ଦ୍ର ମନ୍ତ୍ରୀ ପରିଷଦରେ ସାମିଲ ପାଇଁ ଅପରାଜିତାଙ୍କ ଜୋରସୋର ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲ ଓ ଆଜି ସେ କେନ୍ଦ୍ର ସରକାରର ଓଜନିଆ ମନ୍ତ୍ରୀମାନଙ୍କୁ ସାକ୍ଷାତ କରିଛନ୍ତି । ଖୁବ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳର ଅଦଳବଦଳ ତଥା ସଂପ୍ରସାରଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀମତି ଷଡଙ୍ଗୀ ନୂଆଦିଲ୍ଲୀର ଓଡିଶା ବିଜେପରି ଫେସ୍‌ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ସହ ଆଲୋଚନା କରିଛନ୍ତି । ଧର୍ମେନ୍ଦ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଅତି ପାଖ ଲୋକ ହୋଇଥିବା ବେଳେ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଅମିତ ଶାହଙ୍କର ମଧ୍ୟ ଖାସ୍‌ ।

ଏଭଳି ସ୍ଥିତିରେ ନୂଆ ସାଂସଦ ହେଉ ହେଉ ଅପରାଜିତା ଆରମ୍ଭରୁ ଧର୍ମେନ୍ଦ୍ରଙ୍କ ସହିତ ସମାନ୍ତରାଳ ରାଜନୀତି କରି ଏକ ପ୍ରଭାବୀ ଢଙ୍ଗ ଦେଖାଇଥିବା ବେଳେ ଏବେ ସମୟର ଆବଶ୍ୟକତାକୁ ନେଇ ଧର୍ମେନ୍ଦ୍ରଙ୍କ ସହ ହାତ ମିଳାଇ କେନ୍ଦ୍ରମନ୍ତ୍ରୀ ପରିଷଦରେ ସାମିଲ ହେବା ପାଇଁ ଜୋରସୋର ଉଦ୍ୟମ ଆରମମ୍ଭ କରିଛନ୍ତି । ତେବେ ଅପରାଜିତା ଯଦି ମନ୍ତ୍ରୀ ପରିଷଦର ସାମିଲ ହୁଅନ୍ତି ତାହା ରାଜ୍ୟ ପାଇଁ କେଉଁ ବାର୍ତ୍ତା ଦେବ ତାହା ଉପରେ ଅନୁଶୀଳନ ଆରମ୍ଭ ମଧ୍ୟ ହୋଇଛି । ଏହାଛଡା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ କଥା ମଧ୍ୟ ଚର୍ଚ୍ଚାକୁ ଆସିଥିବା ବେଳେ ପ୍ରତାପ ଷଡଙ୍ଗୀ ବାଦ ପଡିବେ କି ନା ଅପେକ୍ଷା ରହିବ ।

Comments (0)
Add Comment