ଲଗାଣ ବର୍ଷାରେ ଭାଙ୍ଗିଲା କଲେଜ ପାଚେରୀ ସହ ଅନେକ କଚ୍ଚାଘର, ଲୋକେ ହେଲେ ବାସହରା

ହରଭଙ୍ଗା : ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି । ଲଗାଣ ବର୍ଷାରେ ହରଭଙ୍ଗା ପଞ୍ଚାୟତ କଲେଜର ପାଚେରୀ ଭାଙ୍ଗି ଯାଇଛି । ସେହିପର ହରଭଙ୍ଗା ପଞ୍ଚାୟତର ଭିମ ଦନାୟକ, ବନ ଦନାୟକ, ରବି ବାଘ, ନାରାୟଣ ଦନାୟକ, ଅର୍ଜୁନ ପ୍ରଧାନ, ମହି ମୁଦୁଲି, ଟୁକୁ ନାଏକ, ଡିଆପାଟ ଗାଁର ହିମାଂଶୁ ନାଏକ, ସୁରୁଣ୍ଡି ଗ୍ରାମର ସୁବାଷ ପ୍ରଧାନ, ଅକ୍ଷୟ ବିଶିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ କଚ୍ଚାଘର ଭାଙ୍ଗିଯାଇଛି । ବିପନ୍ନମାନେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏ ପର୍ଯ୍ୟନ୍ତ ହରଭଙ୍ଗା ତହସିଲ ପକ୍ଷରୁ ପଲିଥିନ ଖଣ୍ଡେ ଯୋଗାଇ ଦିଆଯାଇନଥିବା ଜଣାପଡିଛି । ହରଭଙ୍ଗା ରାଜସ୍ୱ ନିରୀକ୍ଷକ ଏଠାରେ ରହୁନଥିବାରୁ ପଲିଥିନ ମିଳିବାରେ ବିଳମ୍ବ ହେଉଛି । ସେହିପରି ଲଗାଣବର୍ଷା ଓ ବନ୍ୟା ଯୋଗୁଁ ବୌଦ୍ଧ ପୂର୍ତ୍ତ ବିଭାଗ ରାସ୍ତାରେ ଘାଇ ହେବା ସହ କ୍ଷୁଦ୍ରଜଳସେଚନର ଶଗଡିଆ ଓ ଡମକୁଜୁ, ଘୁମୁକୁଡି ପ୍ରକଳ୍ପର ଅଧିକାଂଶ କେନାଲ ଗୁଡିକରେ ଘାଇ ହେବା ସହ ଭାଙ୍ଗି ଯାଇଛି । ଏ ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।

Comments (0)
Add Comment