ଭେଟଖୋଲ ଘାଟିରେ ଡକାୟତି : ୨ ଡକାୟତି ଗିରଫ

ଫୁଲବାଣୀ:-ଫୁଲବାଣୀ ସଦରଥାନା ଅନ୍ତର୍ଗତ ଭେଟଖୋଲ ଘାଟି ମଧ୍ୟ ଭାଗରେ ଅନୁଗୁଳ ଜିଲ୍ଲାର ଏକ ବୋଲେରୋକୁ ପଥର ମାରିବା ସହିତ ଡ୍ରାଇଭର ଠାରୁ ୭୨୦୦୦ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇଥିଲେ ୪ ଜଣ ଡକାୟତ । ଆଜି ଫୁଲବାଣୀ ସଦର ପୋଲିସ ଖୋଜିବା ସହିତ ସେମାନଙ୍କ ମଧ୍ୟରୁ ଦୁଇଜଣକୁ କୋର୍ଟ ଚାଲାଣ କରିବାସହିତ ଘଟଣାରେ ସମ୍ପୃକ୍ତ ଥିବା ଆଉ ୨ ଜଣ ନାବାଳକ ଅଭିଯୁକ୍ତଙ୍କୁ ଫୁଲବାଣୀ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିଥିବା ଫୁଲବାଣୀ ସଦର ଥାନା ଅଧିକାରୀ ଆଦିତ୍ୟ କୁମାର ସେଠିଙ୍କ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ରାତିରେ ଭେଟଖୋଲ ମଧ୍ୟ ଭାଗରେ ମଧ୍ୟ ରାତ୍ର ୧୧ :୩୦ରେ ଟିକାବାଲି ବ୍ଲକ ଘୋଡାଗାଁର ପ୍ରମୋଦ ଦିଗାଲ ଓ ଫୁଲବାଣୀ ଇରିଗେସନ କଲୋନୀ ଆଉ ଜଣେ ସାଙ୍ଗ ଫୁଲବାଣୀ ପେଂଜିସାହିର ମନୋଜ ମହାକୁଡ଼ ଓ ଦୁଇଜଣ ନାବାଳକଙ୍କ ସହିତ ମିଶି ଫୁଲବାଣୀ ପଟୁ ଅନୁଗୁଳ ଯାଉଥିବା ଏକ ବୋଲେରୋକୁ ପଥର ମାରି ୭୨ହଜାର ଓ ମୋବାଇଲ ଫୋନ ଲୁଟି ନେଇ ଥିଲେ । ଏନେଇ ବୋଲେରୋ ଡ୍ରାଇଭର ସନ୍ତୋଷ ସାହୁ ଅନୁଗୁଳ ଜିଲ୍ଲା କୁମଣ୍ଡା ଅଞ୍ଚଳ ଏନେଇ ସୁଦୃକୁମ୍ପା ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୬୫/୨୦ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିଲା । ପୋଲିସ ଏହି ୨ ନାବାଳକ ଅଭିଯୁକ୍ତ ମାନଙ୍କୁ ଧରିବା ସହିତ ୬୮୦୦୦ ଟଙ୍କା ଓ ମୋବାଇଲ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Comments (0)
Add Comment