ପାଟଣାଗଡ : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଚତୁର୍ଥ ସହ ବନ୍ଦିତ ମହାବିଦ୍ୟାଳୟ ଭାବେ ପଞ୍ଚାୟତ ସମିତି ମହାବିଦ୍ୟାଳୟକୁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ଓ ନିର୍ଦ୍ଦେଶକ କଲେଜ ଉନ୍ନୟନ ପରିଷଦ ପ୍ରଫେସର ଡ଼. ବିଘ୍ନେଶ ପ୍ରସାଦ ମିଶ୍ର ପାଟଣାଗଡ଼ ବ୍ଳକ ଘସିଏନ ଡିଗ୍ରୀ କଲେଜକୁ ପରିଦର୍ଶନରେ ଆସି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଚତୁର୍ଥ ସହ ବନ୍ଦିତ ମହାବିଦ୍ୟାଳୟ ଭାବେ ପତ୍ର ସଂଖ୍ୟା ୧୭୬୦ ତା ୧.୧୧.୨୦୨୧ ଜରିଆରେ ଘୋଷଣାନାମା ଅଧ୍ୟକ୍ଷ ପ୍ରବଣ କୁମାର କୁଅଁରଙ୍କୁ ପ୍ରଦାନ କରିଥିଲେ । ଏହାକୁ ନେଇ ସମଗ୍ର ଅଞ୍ଚଳ ଓ ଶିକ୍ଷପ୍ରେମୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ମହାବିଦ୍ୟାଳୟରେ ସ୍ଥାପିତ ଏକ ସ୍ତୁତି ସ୍ତମ୍ଭର ଲୋକାର୍ପିତ କରିଥିଲେ । ମହାବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମି ତଥା ପୌଖିକ ବାତାବରଣ ଉପରେ ସମୀକ୍ଷା କରି କୁଳପତି ପ୍ରଫେସର ଡ. ମହାପାତ୍ର ସନ୍ତୋଷ ବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି କୁଳପତି ପ୍ରଫେସର ଡ. ମହାପାତ୍ର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗୋପାଳ ଚନ୍ଦ୍ର କ୍ଷେତି, କାର୍ତ୍ତିକେଶ୍ୱର ଷଡ଼ଙ୍ଗୀ, ପ୍ରହଲ୍ଲାଦ ସାହୁଙ୍କ ସମେତ ସମସ୍ତ ଅଧ୍ୟାପିକ, ଅଧ୍ୟାପିକା, ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟକୁ ୨୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୁଳପତି ପରିଦର୍ଶନ ଆସିଆସିଥିବାରୁ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଦସ୍ୟ, ଶିକ୍ଷାପ୍ରେମୀ ଓ ମୋ କଲେଜ ଅଭିଯାନ ସମିତିର ସଭ୍ୟମାନେ ଖୁସି ବ୍ୟକ୍ତ କରିଥିଲେ । କୁଳପତି ପ୍ରଫେସର ଡ. ଉମାବଲ୍ଲଭ ମହାପାତ୍ର ମହାବିଦ୍ୟାଳୟ ଶ୍ରେଣୀ ଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଥିଲେ ।