କୃଷି ମାରାଣ ନୀତି ବିରୁଦ୍ଧରେ କଂଗ୍ରେସର ରାଲି ଓ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଦ୍ୱାରା ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ । ଏହାକୁ କେନ୍ଦ୍ର ସରକାରଙ୍କ କୃଷି ମାରଣ ନିତୀ ବୋଲି କଂଗ୍ରେସ ତରଫରୁ ବିରୋଧ କରାଯାଇ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଏହି ବିଲକୁ ବିରୋଧ କରାଯାଇଛି ।ଏହାର ପ୍ରତିବାଦରେ ଶହ ଶହ କଂଗ୍ରେସକର୍ମୀ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ରାଲିରେ ବାହାରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଲକୁ ପ୍ରତ୍ୟାହାର ଦାବି କରି ବିଷୋଭ ପ୍ରଦର୍ଶନ କରି ଥିଲେ । ପରେ ଏଥି ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜରିଆରେ ପ୍ରଦାନ କରି ଥିଲେ । ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମଙ୍ଗଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ବରିଷ୍ଠ ଯୁବ କଂଗ୍ରେସ ନେତା ମନୋଜ ସାହୁ, ରାମ ପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ଦଣ୍ଡସେନା, ଯାକବ ମାଝୀ, ମସୃଧ ମଣ୍ଡଳ, ସୁକାନ୍ତି ଶବର ପ୍ରମୁଖ ଉପସ୍ଥିତ ଥିଲେ ଏବଂ କୋଭିଡ-୧୯ ନିୟମ ଅନୁଯାୟୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରିଥିଲେ ।

Comments (0)
Add Comment