ବନ୍ଧୁକଧାରୀକୁ କାବୁ କଲା ପୋଲିସ

ବଲାଙ୍ଗୀର : ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୋଲିସକୁ ମିଳିଛି ସଫଳତା । ଧରାପଡିଲା ବନ୍ଧୁକ ଧାରୀ ଯୁବକ । ଅଟକ ଯୁବକଙ୍କ ନାଁ ବିକ୍ରମ ପଣ୍ଡା ବୋଲି ଜଣାପଡିଛି । କାବୁ କରିବା ସମୟରେ ପୋଲିସ ଉପରକୁ ଫାୟାରି କରିଥିବା ସୂଚନା ମଧ୍ୟ ମିଳିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଜଣେ ଯୁବକ ଅବସରପ୍ରାପ୍ତ ଶିକ୍ଷକ  ମଦନମୋହନ ହୋତାଙ୍କ ଘରେ ଭିତରେ ପଶିଯାଇଥିଲେ , ଏବଂ ବନ୍ଧୁକ ମୁନରେ ପୁରା ପରିବାରକୁ ଗୃହବନ୍ଦ କରିଦେଇଥିଲେ । ଯାହାର ଖବର ପୋଲିସ ପାଇବା ପରେ ଆକ୍ସନ ମୋଡକୁ ଆସିଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧକ ଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଘରର ପଛପଟ ଝରକା ପଟେ ପ୍ରବେଶ କରି ପରିବାରର ବନ୍ଧକ ଥିବା ୪ଜଣ ସଦସ୍ୟଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ଯୁବକଙ୍କୁ କାବୁ କରିପାରିନଥିଲା ପୋଲିସ ।

ଦୀର୍ଘ ୫ଘଣ୍ଟାର ପରିଶ୍ରମ ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାରକୁ ବନ୍ଧକ ରଖିଥିବା ଯୁବକଙ୍କୁ କାବୁ କରିଥିଲେ ପୋଲିସ । ଅପରେସନ ସମୟରେ ପୋଲିସ ଉପରକୁ ଫାୟାରି କରିଥିଲେ ଯୁବକ । କିଛି ସମୟ ଧରି ଏପରି ଚାଲୁରହିବା ପରେ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିନେଇଥିଲା ପୋଲିସ ।

Comments (0)
Add Comment