ଟ୍ରାକ୍ଟର ସହ ଅଟୋର ଧକ୍କା ,୭ ଆହତ

ଗଞ୍ଜାମ: ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ହଳଦିଆପଦର ମୁଖ୍ୟ ଛକ ଠାରେ ଇଟା ବୋଝେଇ ଟ୍ରାକ୍ଟର ସହ ମାଛ ବୋଝେଇ ଅଟୋର ଧକ୍କା ହେବା ଫଳରେ ୭ ଆହତ ହୋଇଥିବା ଜଣାପଡିଛି । ସେଥିପାଇଁ ମଧ୍ୟରୁ ୪ ଗୁରୁତର ଆହତ ବେଳେ ତିନି ସାମାନ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ତିନି ଗୁରୁତର ହାର ବେହେରା,(୩୨)ତିଲୋତମା ବେହେରା(୩୦),ସାବିତ୍ରୀ ବେହେରା (୩୬)ଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବାକି ୪ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ । ସମସ୍ତେ ଆହତ ମାନେ ହେଲେ ସୁରଳ ଗ୍ରାମର ବୋଲି ଜଣାପଡିଛି । ସୂଚନା ଯୋଗ୍ୟ କି ଇଚ୍ଛାପୁରରୁ ବ୍ରହ୍ମପୁରକୁ ଆସୁଥିବା ଏକ ମାଲ ବୋଝେଇ ଇଟା ଟ୍ରାକ୍ଟର ହଠାତ୍‌ ହଳଦିଆ ପଦର ଛକଠାରେ ବ୍ରେକ୍‌ ମାରିବା ହେତୁ ଦ୍ରୁତଗତିରେ ସୁରଳରୁ ବ୍ରହ୍ମପୁର ଅଭିମୁଖେ ଗୋଟିଏ ମାଛ ବୋଝେଇ ଅଟୋରେ ୭ଜଣ ମହିଳା ମାଛ ବିକ୍ରି ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଉକ୍ତ ଟ୍ରାକ୍ଟରର ପଛ ପଟୁ ପିଟି ହୋଇଥିଲା । ଯାହା ଫଳରେ ଅଟୋଟି ଭାରସାମ୍ୟ ହରେଇ ପଡିଯାଇଥିଲା । କାହାର ଗୋଡ଼ କଟିଛି ତ ,କାହାର ହାତ କଟିଛି, ଓ କିଏ ଅତି ଗୁରୁତର ହୋଇଛି । ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବେଳେ ଉକ୍ତ ସ୍ଥାନରେ ପୁଲିସ ପହଞ୍ଚି ଟ୍ରାକ୍ଟର ଓ ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ତିନି ଗୁରୁତର ମହିଳାଙ୍କୁ ଏମକେସିଜି ମେଡ଼ିକାଲରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବ ବେଳେ ଅଟୋ ଚାଳକ ବୁଦ୍ଧିଆ ବେହେରା (୩୦)ଙ୍କ ବର୍ତ୍ତମାନ ଏମକେସିଜି ମେଡ଼ିକାଲରେ ମୃତ୍ୟୁ ସହ ଲଢେ଼ଇ କରୁଛି । ସୂଚନାରୁ ପ୍ରକାଶ କି ପ୍ରତିଦିନ ସୁରଳଗ୍ରାମରୁ ବହୁ ମହିଳା ମାଛ ବିକ୍ରୀ ନିମନ୍ତେ ବ୍ରହ୍ମପୁର ଆସୁଥିଲେ ଆଜି ରବିବାର ହେତୁ ନିଜ ନିଜର ମାଛ ବ୍ୟବସାୟ ଭଲ କରିବା ପାଇଁ ସକାଳୁ ସକାଳୁ ମାଛ ଧରି ଗୋଟିଏ ଅଟୋରେ ଆସୁଥିବା ବେଳେ ଇଟା ବୋଝେଇ ଟ୍ରାକ୍ଟର ର ପଛପଟୁ ଅଟୋ ଟି ଧକ୍କା ଦେଇଥିଲା । ଏ ଖବର ପାଇ ଘଟଣା ସ୍ଥଳରେ ସୁରଳ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମରଥ ଦାସ ମା ବାଗ୍ରଦେବୀ ଅଟୋ ସଙ୍ଘ ସଦସ୍ୟଙ୍କ ସାହାଯ୍ୟ ସମସ୍ତ ଆହତମାନକୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଆଣିବାରେ ସହଯୋଗ କରିଛନ୍ତି । ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ହେଇଥିଲେ ମଧ୍ୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସେହି ସ୍ଥାନଟି ଯମପୁର ପାଲଟି ଥିବାରୁ ସ୍ଥାନୀୟ ଲୋକେ ତହସିଲଦାର ଓ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି ଯେ ସେଠାରେ ତୁରନ୍ତ ଟ୍ରାଫିକ ପୋଲିସ ନିୟୋଜିତ କରନ୍ତୁ । ଆହତମାନଙ୍କୁ ମାଗଣା ଚିକିତ୍ସା ସହ କିଛି ଆର୍ଥିକ ସହାୟତା ସାହାଯ୍ୟ କରିବା ପାଇଁ ସୁରଳ ଗ୍ରାମପାୟତର ପୂର୍ବତନ ସରପଞ୍ଚ ସମରଥ ଦାସ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment