ପ୍ରାକ୍ତନ ସରପଂଚଙ୍କ ପିତୃ ବିୟୋଗରେ ଶୋକ

ଚଣ୍ଡିଖୋଲ:-ଚଣ୍ଡିଖୋଲ ଛକ ସନ୍ନିକଟ କଂଟିଗଡ଼ିଆ ପଂଚାୟତର ପ୍ରାକ୍ତନ ସରପଂଚ ସଂଜୀବ କୁମାର ଜେନାଙ୍କ ପିତା ଯତୀନ୍ଦ୍ର ଜେନା (୮୩) ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ହୋଇଛି । ଯତିନ୍ଦ୍ର ଜେନା ହୃଦଘାତ ରୋଗରେ ପିଡ଼ିତ ହୋଇ ଦୀର୍ଘ ୬ ମାସ ପୂର୍ବରୁ ନିଜ ବାସ ଗୃହରେ ରହିଆସୁଥିଲେ । ଗତକାଲି ୧୭ ତାରିଖ ଅପରାହ୍ନ ୫ ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ନିକଟରେ ତାଙ୍କ ପରିବାରର ସମସ୍ତ ଝିଅ-ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଠଭାଷୀ ଭାବେ ନିଜ ଜୀବନକୁ ସମାଜ ସେବାରେ ନିୟୋଜିତ କରି ଲୋକ ପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ମର ଶରୀରକୁ ନିଜ ଗ୍ରାମ କଂଟିଗଡ଼ିଆରେ ଏକ ଶୋଭାଯାତ୍ରା ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇ ଶବ ଦାହ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ସଂଜୀବ (ବାପି) ମୁଖାଗ୍ନୀ ଦେଇଥିଲେ । ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସମୟରେ ଅଧ୍ୟାପକ ବିଜୟ କେତନ ସାମଲ, ରସାନନ୍ଦ ଜେନା, ପ୍ରାକ୍ତନ ସମିତି ସଭ୍ୟ ହିମାଂଶୁ ମହାପାତ୍ର, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଅଲେଖ ସେଠୀ, ଅଧ୍ୟାପକ ତୁହିନାଂଶୁ ରଥ, ପ୍ରଧାନଶିକ୍ଷକ ଅନାମ ଚରଣ ମହାପାତ୍ର, ଜ୍ଞାନେନ୍ଦ୍ର ଲେଙ୍କା, ଚିତ ରଂଜନ ମହାପାତ୍ର, ହେମନ୍ତ କୁମାର ସାମଲ, ପ୍ରଶାନ୍ତ ରାଉତ, ପ୍ରାକ୍ତନ ସମିତି ସଭ୍ୟ ନମିତା ବେହେରା, ଅରୁପାନନ୍ଦ ଜେନା ସମେତ ଗ୍ରାମର ବହୁ ସଂଖ୍ୟାରେ ଗ୍ରାମବାସୀମାନେ ଯୋଗ ଦେଇଥିଲେ । ମୃତ୍ୟୁ ଖବର ପାଇ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ା(ତୁଷାର), ରାଜ୍ୟ ପିସିସି ମୁଖପାତ୍ର ଶ୍ରୀମତୀ ସ୍ମୃତିରେଖା ପହି, ପ୍ରାକ୍ତନ ସରପଂଚ ରତିକାନ୍ତ ପ୍ରଧାନ, ଜିଲା ବିଜେଡ଼ି ସାଧାରଣ ସଂପାଦକ ଅମୀୟ କୁମାର ପରିଡ଼ା, ଜିଲା ବିଜେପି ସାଧାରଣ ସଂପାଦକ ସର୍ବେଶ୍ୱର ବେହୁରା, ବିଜେପି ନେତା ଅଶୋକ କୁମାର ସାହୁ, ପଂଚାନନ ପରିଡ଼ା, ଅବସର ପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ମହାରଣା, ଚାରଣ ଉଦୟନାଥ ସାହୁ, ଶ୍ରୀପତି ଭୂଷଣ ଜେନା, ଅବସର ପ୍ରାକ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ଜେନା, ପ୍ରଫୁଲ୍ଲ ବେହେରା, ସାମ୍ବାଦିକ ଶିବରାମ ସାହୁ, ଶୁଶାନ୍ତ କୁମାର ନାୟକ, କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି ।

Comments (0)
Add Comment