ଆଠମଲ୍ଲିକ : ଦିନକୁ ଦିନ ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାକୁ ଲାଗିଛି । ଏମିତି ପରିସ୍ଥିତିରେ କରୋନାକୁ ବ୍ରେକ୍ ଦେବାକୁ ହେଲେ ସଚେତନତା ଜରୁରୀ । କରୋନାର ମୂଳ ଔଷଧ ହେଲା ଟିକା ଓ ସଚତେନତା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁବେଳେ ସମସ୍ତ ବ୍ୟକ୍ତି ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଆଜି ଆଠମଲ୍ଲିକ ବ୍ଲକ କିଆକଟା ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଏକ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କିଆକଟା ତ୍ରିବେଣୀ ଛକଠାରେ ସଂସଦର ସଭାପତି ସୁମନ୍ତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ କିଆକଟା ଥାନାଅଧିକାରୀ ଅନାମ ଲାକ୍ରା ଯୋଗ ଦେଇଥିଲେ । ଶ୍ରୀ ଲାକ୍ରା ଏହି ଅବସରରେ ସମସ୍ତଙ୍କୁ ମାସ୍କ ପରିଧାନ ସହ ସରକାରଙ୍କ ସମସ୍ତ ନିୟମକାନୁନ ମାନିବାକୁ ପରାମର୍ଶ ଦେଇଥିଲେ । ସଂସଦର କର୍ମକର୍ତ୍ତାମାନେ ରାସ୍ତାରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ କରିଥିଲେ । ସେହିପରି ଛକରେ ଥିବା ଦୋକାନୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସଂପାଦକ ସୁମନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର କର୍ଣ୍ଣ, ସଞ୍ଜୟ ପ୍ରଧାନ,ଧିରେନ ପ୍ରଧାନ, ଲୀଳାଦିତ୍ୟ ବିକାଶ ପ୍ରଧାନ, ସତ୍ୟଜିତ ମହାନ୍ତି ,ଲିକୁନ ଦାଶ, ଶୁଭେନ୍ଦୁ ବାଘାର, ସମ୍ବିତ ପ୍ରଧାନ, ଭୁବନ ଝଙ୍କାର, ସାକ୍ଷୀଗୋପାଳ ପ୍ରଧାନ, ରାକେଶ ପ୍ରଧାନ, ଲାଲ ବିହାରୀ ପ୍ରଧାନ, ମାଧବ କଅଁର, ବବୁନ ବାରିକ, ଜିଲୁ ବେହେରା, ବିକାଶ ସାହୁ,ଶ୍ରୀନିବାସ ପ୍ରଧାନ, ବିଜୟ ଦନ୍ତା, ମିକୁନ ମହାନ୍ତି, ସିଲୁ ଛତ୍ରିଆ ଓ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଥିଲେ ।