ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ଗ୍ରାମ ପଂଚାୟତର କଣ୍ଟିଆପାଲି ଗ୍ରାମରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ ଆଜି ସକାଳ ୭ ଘଣ୍ଟା ଠାରୁ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ସରପଞ୍ଚ ପରିମିତା ସେଠୀ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଟିକିରାପଡା ଗ୍ରାମରୁ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ପାଇବା ପରେ ବାଉଁଶୁଣି ସରପଞ୍ଚ ପଙ୍କଜିନୀ ନାଏକ ଟିକିରାପଡାକୁ ମଧ୍ୟ ତିନି ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ।
କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଆସୁଥିବା ଅଂଚଳରେ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଏକତ୍ର ନହେବା ପାଇଁ ଉଭୟ ସରପଞ୍ଚ ଗ୍ରାମବାସୀମାନଙ୍କୁ ଅନୁରୋଧ କରିଛନ୍ତି । ଲୋକେ ଆବଶ୍ୟକ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ କରିପାରିବେ । ଘର ଭିତରେ ରହି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ରୋକିବାରେ ସହାୟକ ହେବା ସହ ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ ବୋଲି ଉଭୟ ସରପଞ୍ଚ ଅନୁରୋଧ କରିଛନ୍ତି ।