କୋଟଗଡରେ ହନୁମାନ ପାହାଡ଼କୁ ଖୋଳି ଘର କରିବାକୁ ପ୍ରୟାସ : ବଜରଙ୍ଗ ଦଳର ବିରୋଧ ପରେ,ଗୋଟିଏ ଜେସିବି ଓ ଟ୍ରାକ୍ଟରକୁ ଜବତ କଲେ ଆରଆଇ

କନ୍ଧମାଳ/କୋଟଗଡ:-କୋଟଗଡ ଭହା ବଜାର ନିକଟରେ ଏକ ପାହାଡ଼ ରେ ବହୁ ବର୍ଷ ଧରି ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇ ହନୁମାନ ବାଟିକା କମିଟି ତତ୍ୱବଧାନରେ ଉକ୍ତ ପାହାଡ଼ର ରକ୍ଷଣାବେକ୍ଷଣ ଚାଲିଛି ଏବଂ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ନିମନ୍ତେ ସରକାରୀ ସାହାଯ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସାହାଯ୍ୟ କ୍ରମେ ପାହାଡକୁ ପାହାଚ, ରାସ୍ତା, ସୁଉଚ୍ଚ ହନୁମାନ ପ୍ରତିମୂର୍ତ୍ତି ଔଷଧୀୟ ବୃକ୍ଷ ରୋପଣ ପରି ବହୁ ଉନ୍ନତି କରଣ କାର୍ଯ୍ୟ ଚାଲୁରହିଥିବା ବେଳେ କିଛି ଲୋକ ପାହାଡ଼ ପାଦ ଦେଶକୁ ବେଆଇନ ଭାବେ ରାଜସ୍ୱ ବିଭାଗରୁ ଏକ ଏନକ୍ଲୋଜମେଣ୍ଟ ରସିଦ କାଟି ଅକ୍ତିଆର ପରେ ଖନନ କରି ଗୃହ ନିର୍ମାଣ କରୁଛନ୍ତି । ଫଳରେ ସ୍ଥାନୀୟ ଅଂଚଳ ରେ ଉତ୍ତେଜନା ପ୍ରକାଶ ପାଇବା ସହ ଆଜି ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ବିରୋଧ କରି ତହସିଲଦାର ଲକ୍ଷ୍ମୀଧର ସାହୁ ଙ୍କୁ ଜଣାଇବା ପରେ କୋଟଗଡ ଆରଆଇ ସାରଦା ମୁଖି ପହଂଚି ସମ୍ପୃକ୍ତ ଜେସିବି ନଂOD12B3432 ଓ ଟ୍ରାକଟର ନଂ OD12A3962କୁ ଜବତ କରିବା ସହ ପାହାଡ଼ ଖନନକୁ ବନ୍ଦ କରିଦିଆଯାଇଛି । ତେଣୁ ସ୍ଥାନୀୟ ତହସିଲ ପ୍ରଶାସନ ଏପରି ବେଆଇନ ପାହାଡ଼ ଖନନକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବେଆଇନ ପାହାଡ଼ ଅକ୍ତିଆରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ହନୁମାନ ବଟିକାର ସୁରକ୍ଷା ଦାବୀ କରିଛନ୍ତି ।

Comments (0)
Add Comment