ଘର ଭଙ୍ଗା କ୍ଷୟକ୍ଷତିର ତଦନ୍ତ କଲେ ରାଜସ୍ୱ ନିରୀକ୍ଷକ

ବୌଦ୍ଧ : ଗତ ଲଗାଣ ବର୍ଷାରେ ବାଉଁଶୁଣି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଏକର ଏକର ଜମିରେ ବଢି ପାଣି ମାଡି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରିବା ଓ ଘର ଭାଙ୍ଗିଥିବା ଗରୀବ ପରିବାରକୁ ଜରି ପାଲ ଯୋଗାଇବାରେ ବିଫଳ ହୋଇଥିବା ହୀରାଞ୍ଚଳ ଲାଇଭ୍‌ରେ ଗତକାଲି ସମ୍ବାଦ ପ୍ରସାରିତ ହୋଇଥିଲା । ଆଜି ବାଉଁଶୁଣି ରାଜସ୍ୱ ନିରୀକ୍ଷକ ସୁଜିତ କୁମାର୍ ସାହୁ ବର୍ଷାରେ ଭାଙ୍ଗିଥିବା ବିଭିନ୍ନ ଘରର ସରଜମିନ୍ ତଦନ୍ତ କରୁଥିବା ଦେଖିବାକୁ ମିଳିଥିଲା ।

Comments (0)
Add Comment