ଆମ୍ବଗହଣା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଘିକୁଣ୍ଡି ଗ୍ରାମ ପଂଚାୟତ ଆମ୍ବଗହଣା ଗ୍ରାମରେ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ଘିକୁଣ୍ଡି ସରପଞ୍ଚ ପ୍ରମିଳା ଷାଣ୍ଢ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଆଜି ସକାଳ ୮ ଘଣ୍ଟା ଠାରୁ ଆସନ୍ତା ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆମ୍ବଗହଣା ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ଦୂରତ୍ୱ ମଧ୍ୟରେ ଥିବା ଅଂଚଳରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ସମୟ ମଧ୍ୟରେ ଅତି ଆବଶ୍ୟକ ନ ପଡିଲେ କେହି ଘରୁ ନ ବାହାରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି ।

Comments (0)
Add Comment