ଓଡ଼ିଶା ମୋ ପରିବାର ତରଫରୁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ସହାୟତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରୁ ଆସି ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜେଇଇ ମେନ୍ ପରୀକ୍ଷା ଦେଉଥିବା ସମସ୍ତ ପରିକ୍ଷାର୍ଥୀମାନଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସାମାଜିକ ଦୁରତ୍ୱ ନିୟମକୁ ଅନୁସରଣ କରି ସାନିଟାଇଜର, ପାନୀୟ ଜଳ, ବିସ୍କୁଟ ବଣ୍ଟନ କରାଯିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ରାଜ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟ ସହସଂଯୋଜକ ରୁଦ୍ର ସାମନ୍ତରାୟ ,ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ସୌମ୍ୟ ରଂଜନ ପ୍ରଧାନ ଓ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ପରୀକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ ।

Comments (0)
Add Comment