ଖାସି ପାଇଁ ଭାଙ୍ଗିଗଲା ବାହାଘର

ସୁକିନ୍ଦା : ଖାସି ପାଇଁ ଭାଙ୍ଗିଗଲା ବାହାଘର । ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ । ଏହି ଗାଁ ର ଜୈନିକ ବ୍ୟକ୍ତିଙ୍କ ଝିଅ ବାହାଘର କେନ୍ଦୁଝର ଜିଲ୍ଲା ରେବେଣା ପଳାଶ ପାଳଠାରେ ଠିକ୍ ହୋଇଥିଲା । କରୋନା କଟକଣାକୁ ମାନି କମ ଲୋକରେ ବାହାଘର କରିବାକୁ କନ୍ୟା ପିତା ସମସ୍ତ ପ୍ରସ୍ତୁତି କରି ସାରିଥିଲେ । ଘରେ ବନ୍ଧୁ ବାନ୍ଧବଠାରୁ ଆରମ୍ଭ କରି ସାହିଭାଇ ସମସ୍ତେ ଉପସ୍ଥିତ ଥିଲେ । ମାତ୍ର କିଛି ସମୟରେ ଝିଅ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥି କରିଥାନ୍ତା ବର ହୋଇ ଆସିଥିବା ପୁଅ । କିନ୍ତୁ ବାରଯାତ୍ରୀଙ୍କ ପାଇଁ ଖାଇବାକୁ ଖାସି ମାଂସ ହୋଇନଥିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହାକୁ କେନ୍ଦ୍ର କରି ବର ବେଦିରୁ ଉଠି ପଳେଇଥିଲେ । ଯାହାକୁ ନେଇ ଏବେ ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

Comments (0)
Add Comment