ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ରଡ଼ିଗୁମା ନିକଟରେ ରାସ୍ତା ଜାମ୍ । ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହଶହ ଗାଡ଼ି ମୋଟର । ଫଳରେ ମୁନିଗୁଡ଼ା-ବାଲିଗୁଡ଼ା ମଧ୍ୟରେ ଯାତାୟାତ ଠପ୍ ହୋଇଯାଇଛି । ସୂଚନା ପ୍ରକାରେ କୋଟଗଡ଼ ଠାରୁ ମୁନିଗୁଡ଼ା ରାସ୍ତା ଅତ୍ୟନ୍ତ ଖରାପ ଥିବାବେଳେ ପ୍ରଥମେ ରାସ୍ତା ମଝିରେ ଗୋଟିଏ ମାଲ୍ ବୋଝେଇ ଟ୍ରକ ଖରାପ ହୋଇଯାଇଥିଲା । ଏହାପରେ ରାସ୍ତା କଡ଼ ଦେଇ ଯାଉଥିବା ଅନ୍ୟ ଦୁଇଟି ଟ୍ରକ୍ ମଧ୍ୟ ସେହି ସ୍ଥାନରେ ଦବିଯାଇଥିଲା । ତିନୋଟି ଟ୍ରକ୍ ଗୋଟିଏ ସ୍ଥାନରେ ଫସିବା ଫଳରେ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି । ଯାହା ଫଳରେ ରାୟଗଡ଼ା ଜିଲ୍ଲାରୁ ମୁନିଗୁଡ଼ା ଦେଇ କୋଟଗଡ଼, ତୁମୁଡ଼ିବନ୍ଧ, କଳାହାଣ୍ଡି, ବଲାଙ୍ଗୀର,ବାଲିଗୁଡ଼ା, ବ୍ରହ୍ମପୁର ଭୁବନେଶ୍ବର ଆଦି ଅଂଚକୁ ଯାଉଥିବା ଶହଶହ ଗାଡ଼ି ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି । ସେପଟେ ତିନିଦିନ ହେଲା ଶହଶହ ମାଲ୍ ବୋଝେଇ ଟ୍ରକ କର୍ମଚାରୀ ଭୋକ ଉପାସରେ ଛଟପଟ ହେଉଥିବାବେଳେ ଜରୁରୀ କାମରେ ଯାଉଥିବା ଯାତ୍ରୀମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ପଦକ୍ଷେପ ନିଆନଗଲେ ରାସ୍ତା ସ୍ୱାଭାବିକ ହେବାସହ ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ହୋଇପାରନ୍ତା ।