୬ ଡାକ୍ତର ପଜିଟିଭ, ଆଇସୋଲେସନରେ ୩ ; ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା ଆଉଟଡୋର ଏବେ ସଂପୂର୍ଣ୍ଣ ବନ୍ଦ

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୩ ଜଣ ଡାକ୍ତର ଆଇସୋଲେସନରେ ଆଉ ୬ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଯାହା ଫଳରେ କି ଡାକ୍ତରଖାନାର ଅଉଟଡୋର ଆଜି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବାରୁ ରୋଗୀ ନାହିଁ ନ ଥିବାର ଅସୁବିଧା ଭୋଗୁଛନ୍ତି । ଯେଉଁ କେତେଜଣ ସୁବର୍ଣ୍ଣପୁରର ସ୍ଥାୟୀ ଡାକ୍ତର ସେମାନଙ୍କ ଘରୋଇ କ୍ଲିନିକମାନଙ୍କରେ ଆଜିଠୁ ଆହୁରି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଉ ମେଡିକାଲ ଫ୍ଲୁ କର୍ନରରେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି ନ କରିବା ଓ କେତେ ଜଣ ଡାକ୍ତରଙ୍କ ଘରୋଇ ଚିକିତ୍ସାନିଶା ଯୋଗୁଁ ଆଜି ସେମାନେ ହିଁ ମୁଖ୍ୟ ହସ୍ପିଟାଲର ସୁପର ସ୍ପ୍ରେଡ଼ର କାରଣ ସାଜିଥାଇପାରନ୍ତି । ଆଜି ଜିଲ୍ଲାର କୋଭିଡ଼୍‌ ସ୍ଥିତି ଶତକ ପାର କରିଛି । ତେଣୁ ଏଥିରେ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେଣେ ସିଡିଏମଓଙ୍କୁ ଏ ବିଷୟରେ ପଚାରିବାରୁ ୩ ଜଣଙ୍କ ସାମ୍ପୁଲ ଟେଷ୍ଟ ପାଇଁ ଯାଇଛି, ଏବେ ୬ ଜଣ ଡାକ୍ତର ପଜିଟିଭରେ ଆଉ ଜଣେ ଛୁଟି ଯୋଗୁଁ ଆଉଟ ଡୋର ପୁରା ବନ୍ଦ ରହିଛି । ସରକାରଙ୍କ ନିର୍ଦ୍ଦେଶ ବି ଆସିଲାଣି ଯେ ଅତି ଜରୁରୀ ନ ଥିଲେ ଡାକ୍ତରଖାନାରେ ଅଯଥାରେ ରୋଗୀ ଭିଡ଼ କରନ୍ତୁ ନାହିଁ । ରୋଗୀଙ୍କୁ ଟେଲି ଚିକିତ୍ସା ସାହାଯ୍ୟରେ ଚିକିତ୍ସାର ସୁବିଧା ଦିଆଯିବ ବୋଲି ସେ କହିଛନ୍ତି । ଡାକ୍ତରଙ୍କ କ୍ଲିନିକ ଭିଡ଼ ତାଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ଆମେ ମନା ସିନା କରିବୁ ହେଲେ ୱାର୍ନିଙ୍ଗ ଦେଇ ପାରିବୁନି । ଜ଼ିଲ୍ଲା ପ୍ରଶାସନ ଚାହିଁଲେ ତାହା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ବର୍ତ୍ତମାନ ଭଗବାନ ଭରସାରେ ରୋଗୀ ଅଛନ୍ତି ସୁବର୍ଣ୍ଣପୁର ର ମୁଖ୍ୟ ଡାକ୍ତରଖାନା ରେ । ଟେଲି ଚିକିତ୍ସା ସୁବିଧାରେ ଲୋକେ ଆଗରୁ ରେସ୍ପପନ୍ସ ପାଉ ନ ଥିବା ଅଭିଯୋଗ ହେଉଥିଲା । ଏଭଳି ଏକ ଜରୁରୀ କାଳୀନ ପରିସ୍ଥିତି ରେ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାର ଏ ସମ୍ବେଦନଶୀଳ ଘଟଣା ସବୁର ସମାଧାନ ପାଇଁ କେତେ ଶୀଘ୍ର ପଦକ୍ଷେପ ଗ୍ରହଣ କରୁଛି ତାହା ଏବେ ସହରର ଜନସାଧାରଣଙ୍କ ଅପେକ୍ଷା ରହିଛି ତଥା ଡେପୁଟେସନରେ ହେଲେ ଡ଼ାକ୍ତରଙ୍କୁ ଆଣି ଆଉଟଡୋର ଚାଲୁ ରଖିବାପାଇଁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment