ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ : କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ୧୫୦୦ରୁ ଉର୍ଦ୍ଧ୍ୱ କର୍ମୀ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତୁମୁଡ଼ିବନ୍ଧ ବ୍ଲକରେ ବିଜେପି ଓ କଂଗ୍ରେସର ୫୦୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବେଳେ କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରୀ ଅଞ୍ଚଳର ହଜାରେ ବିଜେପି କର୍ମୀ ଓ ନେତା ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି । ବିଜେଡ଼ି ପାଇଁ ଏହା ଏକ ଶୁଭ ସଂକେତ ଏବଂ ଆଗାମୀ ଦିନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ବାଲିଗୁଡ଼ା ବିଧାୟକ ବିଧାୟକ ଚକ୍ରମଣି କହଁର ଓ ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ ।

ମନ୍ତ୍ରୀ ପ୍ରତାପ ଜେନା ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଓ ନେତା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବାଲିଗୁଡ଼ା ବିଧାୟକଙ୍କ ସମେତ ପୂର୍ବତନ ବିଧାୟକ ରାଜିବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, କୋଟଗଡ଼ ବ୍ଳକ ସଭାପତି ଷ୍ଟିଫେନ୍‌ ପ୍ରଧାନ, ବିଧାୟକ ପ୍ରତିନିଧି ସୁରଦା ପ୍ରଧାନ, ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ତୁମୁଡ଼ିବନ୍ଧ ବ୍ଲକ୍‌ ସଭାପତି ପ୍ରମୋଦ କୁମାର ସାହୁ, ବ୍ଲକ୍‌ ଅଧ୍ୟକ୍ଷ ପ୍ରକାଶ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ ଓ ଯୁବ ବିଜେଡ଼ି ଓ ଛାତ୍ର ବିଜେଡିର ନେତା ଓ କର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment