ହରଭଙ୍ଗା :ଖରା ଆରମ୍ଭରୁ ଦେଖାଦେଲାଣି ପାଣି ସମସ୍ୟା ଯାହକି ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ଆଡେଣିଗଡ ପଂଚାୟତ ବଦଲା କଲୋନିସାହି ବାରିଂଗ ରେ ଦେଖାଦେଇଛି ଜଳ କଷ୍ଟ ଏହି କଲୋନିସାହି ରେ ରହିଛି ୨ଟି ନଳକୂପ ଓ ବାରିଂଗ ହାଡିସାହିରେ ରହିଛି ଗୋଟିଏ ନଳକୂଅ ସେଗୁଡିକ ଦୀର୍ଘ ୨ମାସ ହେବ ଅଚଳ ହୋଇ ପଡିଥିବା ବେଳେ ଏଥିପ୍ରତି କାହାରନଜରନାହଁି ପାଣି ପାଇଁ ଯେତେ ଚିତ୍କାର କଲେ ମଧ୍ୟ ଶୁଣିବାପାଇଁ କେହି ପ୍ରସ୍ତୁତ ନାହାଁନ୍ତି। ପୁଣି ସରକାର ଦିନରାତି କହି ଚାଲିଛନ୍ତି କାହାକୁ ଖାଦ୍ୟ ପେୟ, ଓ ପାଣି ଭଳି ସମସ୍ୟା ଘେରରେ ରଖାଯିବ ନାହଁ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ସେସବୁ ଯୋଜନା ଏଠାରେ ବାଟବଣା। ଲୋକ ମାନଂକ ପାଇଁ ସାଧାରଣତଃ ପିଇବାପାଣି ବୁଂଦାଏ ଯୋଗାଇଦେବାପାଇଁ ସଂପୂର୍ଣ୍ଣ ଅସମର୍ଥ କହିଲେ ଅତୁ୍କ୍ତି ହେବନାହିଁ। ଯାହାକି ଲୋକମାନେ ବାଧ୍ୟ୍ୟ ହୋଇ ନାଳ ମାନଂକରେ ଚୁଆଖୋଳି ପାଣି ଛାଣି ଆଣି ରୋଷେଇ କରିବା ପିଇବା ଆଦି ଜରୁରୀ କାର୍ୟ୍ଯ ରେ ବ୍ୟବହାର କରିଥାନ୍ତି । ପୁଣି ଏବର୍ଷ ଜଳସ୍ତର ବହୁ ତଳେ ଥିବାରୁ ଆଗାମି୩ମାସକାଳପୁରା ଜଳ ସମସ୍ୟା ଲାଗିରହିବବୋଲି ହରଭଂଗାବ୍ଲକ ରବହୁଗ୍ରାମବାସୀ ସତର୍କ ସୂଚନା ଦେଇଛନ୍ତି । ଏଣୁ ୭ଦିନଭିତରେଯଦି ପାଣିର ବ୍ୟବସ୍ଥା କରାନଗଲେ ବଦଲା ବାରିଂଗ ଗ୍ରାମବାସୀ ବି ଡି ଓଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦିଆୟିବ ବୋଲି ଚେତାବନୀ ଦେଇଛନ୍ତି। ସେହିପରୀ ତିଲେଶ୍ବର ପଂଚାୟତର ତାକୁଡ କେନ୍ଦ୍ର ରେ ଜଳ ସମସ୍ୟା ଲାଗୀରହିଛି । ଉକ୍ତ କେନ୍ଦ୍ର ରେ ତାକୁଡ ଖଜୁରିଆ ଗ୍ରାମକୁ ପାଣିର ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟ୍ୟରୁ କେବଳ ତାକୁଡ ଗ୍ରାମରରେ ଜଳ ଯୋଗାଣ ହେଉଛି ।କିନ୍ତୁ ଦୁଃଖର ବିଷୟ ଆଜକୁ ଜଳ ଯୋଗାଣର କାଯ୍ୟ ଦୁଇବର୍ଷ ସରିଯାଇଥିଲେ ମଧ୍ୟ୍ୟ ଆଜିପଯ୍ୟନ୍ତ ଖଜୁରିଆ ଗ୍ରାମବାସି ସାଧାରଣ ପିଇବାପାଣି ବୁନ୍ଦିଏ ପାଇଁଁ ନାହିଁ ନଥିବା ଅସୁବିଧା ସମ୍ମୁଖିନହେଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ଏପରିକି ବିଭାଗିୟ ଓ ଠିକାଦାରଙ୍କ ପ୍ରିୟାପ୍ରିତ ଭାବ ଯୋଗୁଁ ସାଧାରଣ ମଣିଷ ଟିଏ ଏଇ ପିଇବାପାଣିରୁ ବଂଚିତ ହେଉଥିବାରୁ ଗ୍ରାମବାସିଙ୍କ ଭିତରେ ବିଭାଗିୟର କାଯ୍ୟକଳାପ ପ୍ରତି ଅସୋନ୍ତଷ ବୃଦ୍ଧି ପାଉଛି । ତେଣୁ ଖଜୁରିଆ ଗ୍ରାମରେ ତୁରନ୍ତ ପିଇବାପାଣିର ବ୍ୟବସ୍ତା କରାଯିବାକୁ ଗ୍ରାମର ଉମେଶ ବେହେରା,ବିକ୍ରମ ପ୍ରଧାନ,ପଂଚାନନ ବେହେରା,ସୋନ୍ତସ ବେହେରା,ମେଘୁ ବେହେରା,ଅନାଦି ପ୍ରଧାନ,ନରେଶ୍ ବିଶି,ଶିବ ସେଠୀ,ସଂସାକ ସେଠୀ,ବିଭିଷଣ ଭୋକ୍ତା ପ୍ରମୁଖ ଦାବି କରିିଛନ୍ତି।