କୋଭିଡ 19 ଯୋଗୁଁ ବିଭିନ୍ନ ରାଜ୍ୟରେ କାମଧନ୍ଦା ହରାଇ ଫସିରହି ଥିବା ଓଡ଼ିଆ କିପରି ନିଜ ରାଜ୍ୟକୁ ଫେରିବେ ତାହାର ଜୋରଦାର ଉଦ୍ୟମ ସେମାନଙ୍କ ଦ୍ବାରା ଆଜି ଦେଖିବାକୁ ମିଳିଛି।ଏପରିକି ଆଜି ଗୋଟିଏ ଦିନରେ ଗଜପତି ଜିଲ୍ଲା ପ୍ରଶାସନ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ ଖୋର୍ଦ୍ଧା,ବ୍ରହ୍ମପୁର ଜଗନ୍ନାଥପୁର, ନିର୍ଗୁଣ୍ଡି ରୁ ପ୍ରାୟ 336 ପ୍ରବାସୀଓଡ଼ିଆଙ୍କୁ ଗ୍ରହଣ କରିଛି।ଏହି ସମସ୍ତଙ୍କୁ ଆଣିବାପାଇଁ ଜିଲ୍ଲାପ୍ରଶାସନର 2 ଗୋଟି ବସସହ ଆବଶ୍ୟକ କର୍ମଚାରୀ ପୂର୍ବରୁ ଯାଇ ଉପରକ୍ତ ଷ୍ଟେସନରେ ଅପେକ୍ଷା କରିଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ପହଞ୍ଚିବା କୁ ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ପାଇଁ ପାଣିବୋତଲ ବିସ୍କୁଟ ଟାଟା ଗ୍ଲୁକୋଜ ପ୍ରତି ଷ୍ଟେସନରେ ଯୋଗାଇ ଦିଆଯାଇଥିଲା।ଏହା ସହ ବିଭିନ୍ନ ନାକା ପଏଣ୍ଟ ଯଥା ପୁରୁଣାପାଟନା,ଦେବତୀ, କମଳାପୁର,ଅଲଡା ଓ ହାଡୁଭାଙ୍ଗି ରୁ ଚାଲିଆସୁଥିବା ମୋଟର ସାଇକେଲରେ ଆସୁଥିବା,ବସଯୋଗେ ଆସୁଥିବା,ସାଇକେଲରେ ଆସୁଥିବା ଏବଂ ଅନ୍ୟାନ୍ୟ ଯାନବାହନ ମାଧ୍ୟମରେ ଆସୁଥିବା 343 ଜଣଙ୍କୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଗ୍ରହଣ କରିଛି। ସମସ୍ତ ନାକା ପଏଣ୍ଟରେ ପ୍ରବାସୀଓଡ଼ିଆ ପହଞ୍ଚିବାକ୍ଷଣି ସେମାନଙ୍କର ଭୋଜନ ଏବଂ ପାନୀୟ ପାଇଁ ବିଭିନ୍ନ ପଦକ୍ଷେପ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦ୍ଵାରା ନିଆଯାଇଛି।ଏହି ମାନଙ୍କ ମଧ୍ୟରୁ 98ଜଣ ହାଇଦ୍ରାବାଦ ରୁ ହାଇଦ୍ରାବାଦ ବାଲେଶ୍ବର ସ୍ପେଶାଲ ଶ୍ରମିକ ଟ୍ରେନ ଯୋଗେ ଖୋର୍ଦ୍ଧା ରେ ଆସି ପହଞ୍ଚି ଥିବାବେଳେ 65 ଜଣ ବେଙ୍ଗାଲୁର ଖୋର୍ଦ୍ଧା ସ୍ପେଶାଲ ଶ୍ରମିକ ଟ୍ରେନ ଯୋଗେ ଖୋର୍ଦ୍ଧାରେ ଆସି ପହଞ୍ଚିଥିଲେ ଏବଂ 73ଜଣ ମହାରାଷ୍ଟ୍ରର ବିଭିନ୍ନ ଜାଗାରୁ ବାହାରି ମହାରାଷ୍ଟ୍ର ନିର୍ଗୁଣ୍ଡି ସ୍ପେଶାଲ ଶ୍ରମିକ ଟ୍ରେନ ଯୋଗେ ଖୋର୍ଦ୍ଧାରେ ଆସି ପହଞ୍ଚିଥିଲେ ସେହିପରି ଅନ୍ୟ 100 ଜଣ ସିକନ୍ଦ୍ରାବାଦରୁ ବାହାରି ହାଇଦ୍ରାବାଦ ଖୋର୍ଦ୍ଧା ସ୍ପେଶାଲ ଶ୍ରମିକ ଟ୍ରେନ ଯୋଗେ ଆସି ବ୍ରହ୍ମପୁର ଏବଂ ଜଗନ୍ନାଥ ପୁର ଷ୍ଟେସନରେ ପହଞ୍ଚି ଥିଲେ। ଟ୍ରେନ ଯୋଗେ ଆସିଥିବା ମୋଟ 336 ଜଣ ଙ୍କ ମଧ୍ୟରୁ ଗୁମ୍ମା ପଞ୍ଚାୟତ ସମିତିର 118 ଜଣ, କାଶୀ ନଗରରୁ 78ଜଣ, ରାୟଗଡରୁ 32 ଜଣ,ନୂଆ ଗଡ଼ରୁ 30 ଜଣ, ମୋହନାରୁ 42 ଜଣ,ଆର ଉଦୟଗିରି ରୁ 29 ଜଣ,ଗୋଶାଣୀରୁ 7ଜଣ ପ୍ରବାସୀ ଓଡ଼ିଆ ଥିଲେ। ସେହିପରି ବିଭିନ୍ନ ନାକା ପଏଣ୍ଟ ରୁ ଗ୍ରହଣ କରିଥିବା 343ଜଣଙ୍କ ମଧ୍ୟରୁ ମୋହନାର 72 ଜଣ, ଗୋଶାଣୀର 42ଜଣ,ଗୁମ୍ମାର 51 ଜଣ,କାଶୀନଗରରୁ 36 ଜଣ, ରାୟଗଡ ରୁ 52 ଜଣ, ନୂଆ ଗଡ଼ ରୁ 39 ଜଣ,ଆର ଉଦୟଗିରି ରୁ 51 ଜଣଙ୍କୁ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ଜାଗାରେ ଗ୍ରହଣ କଲା ପରେ ତାଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ସରକାରଙ୍କର ନିର୍ଦ୍ଦେଶ।ବଳୀ ଅନୁଯାୟୀ ସମସ୍ତଙ୍କୁ ସଂଗରୋଧ ରଖିବାସମୟରେ ପ୍ରତ୍ୟେକ ଦିନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚକରାଯାଇ ଆବଶ୍ୟକ ଥିବା ଲୋକଙ୍କର ସ୍ୱାବ ସଂଗ୍ରହ କରାଯିବ।