ଖରିଫ ଧାନ ସଂଗ୍ରହ ପରିଚାଳନା ପାଇଁ ଖୋଲିବ କଣ୍ଟ୍ରୋଲ ରୁମ୍

ବୌଦ୍ଧ,୨୦/୧୧ – ଜିଲ୍ଲାରେ ଆସନ୍ତା ନଭେମ୍ବର 25 ତାରିଖରୁ ଜିଲ୍ଲାର କିଛି ମଣ୍ଡି ରେ ଆରମ୍ଭ ହେବ 2020 -21 ଖରିଫ ଧାନ ସଂଗ୍ରହ l ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l ଧାନ ସଂଗ୍ରହ ସମୟରେ ବିଭିନ୍ନ ମଣ୍ଡିରେ ହେଉଥିବା ସମସ୍ୟା ଓ ତାର ନିରାକରଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଓ ଚାଷୀ ମାନେ ନିଜ ନିଜ ଅଭିଯୋଗ ଦରଜ କରିପାରିବେ | ମୋବାଇଲ ନମ୍ବର୍ 9438878396 ରେ ସକାଳ 8 ଘଣ୍ଟା ଠାରୁ ରାତି 10 ଘଣ୍ଟା ମଧ୍ୟରେ କଲ୍ କରି ନିଜ ନିଜ ଅଭିଯୋଗ ଗୁଡିକ ଅଭିଯୋଗ ରେଜିଷ୍ଟରରେ ପଂଜିକରଣ କରି ପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି | ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ କଣ୍ଟ୍ରୋଲ ରୁମ୍ କୁ ଆସୁଥିବା ସମସ୍ତ ଅଭିଯୋଗର ସମାଧାନ କରିବେ ଓ ତାଙ୍କୁ ସହାୟତା କରିବେ ଯୋଗାଣ ନିରୀକ୍ଷକ ଦୀପକ କୁମାର୍ କନ୍ହର l ଉକ୍ତ କଣ୍ଟ୍ରୋଲ ରୁମ୍ ରବିବାର ଦିନ ବନ୍ଦ ରହିବ |

Comments (0)
Add Comment