ରଥଯାତ୍ରା ପ୍ରସଙ୍ଗ: ଆସନ୍ତାକାଲିି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଭୁବନେଶ୍ୱର : ରଥଯାତ୍ରା ପ୍ରସଙ୍ଗ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ନିକଟରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଚଳିତ ବର୍ଷର ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାପରେ ଏହି ରାୟର ପୁର୍ନବିଚାର ଲାଗି କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ତାହାର ଶୁଣାଣି ଆସନ୍ତାକାଲି ଭର୍ଚୁଆଲ୍ କୋର୍ଟ-୩ ନମ୍ବରରେ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହେବ । ୧୧ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ରଥଯାତ୍ରା ୨୩ ତାରିଖରେ ପଡୁଛି । ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ବିଭିନ୍ନ ମହଲରୁ ପ୍ରବଳ ଦାବି ହୋଇଛି । ଓଡ଼ିଶା ସରକାରଙ୍କ ଉପରେ ମଧ୍ୟ ରଥଯାତ୍ରା ପାଇଁ ଚାପ ବଢ଼ିବାରେ ଲାଗିଚି । ଏ ଦୃଷ୍ଟିରୁ ଆସନ୍ତାକାଲିର ଶୁଣାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆଜି ବର୍ଷିଛନ୍ତି । ସେ ସିଧାସଳଖ କହିଛନ୍ତି, ରଥଯାତ୍ରା ପରମ୍ପରା ବନ୍ଦ ପୂର୍ବରୁ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଅଣଦେଖା କରାଯାଇଛି । ଆବଶ୍ୟକ ବିଚାରବିମର୍ଶ କରାଯାଇନି । ଏଭଳି ଆଦେଶ ଦେବା ପୂର୍ବରୁ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା । କିନ୍ତୁ ସେଭଳି ନକରି ଶହ ଶହ ବର୍ଷର ପରମ୍ପରାକୁ ବିଲୋପ କରିଦେବାକୁ ଚେଷ୍ଟା କରାଯାଇଛି । ଏଭଳି ହେଲେ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

Comments (0)
Add Comment