ନୂଆଦିଲ୍ଲୀ : ପୁଣି ଥରେ ମହାମାରୀ କରୋନାଭାଇରସ୍ ସାରା ଦେଶରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ସାଧାରଣ ଜନତାଙ୍କ ସହ କରୋନା ୱାରିୟର୍ସ ମଧ୍ୟ ଏହି ଜୀବାଣୁଙ୍କ ଅଧୀନରେ ଆସିଛନ୍ତି । ବର୍ତ୍ତମାନ, ଦିଲ୍ଲୀର ୬ ପ୍ରମୁଖ ଡାକ୍ତରଖାନାରେ ଅତି କମରେ ୭୫୦ ଡାକ୍ତର, ନର୍ସ ଏବଂ ପାରାମେଡିକ୍ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସାମାନ୍ୟ ଲକ୍ଷଣ ରହିଛି, ଯାହା ପରେ ସମସ୍ତେ ଆଇସୋଲେସନରେ ଅଛନତି । ଅନେକ ମେଡିକାଲ କର୍ମଚାରୀ ଏକାସାଙ୍ଗରେ କରୋନା ସଂକ୍ରମିତ ହେତୁ ଚିକିତ୍ସା ସେବା କାର୍ଯ୍ୟ ପ୍ରଭାବିତ ହୋଇଛି । ଡାକ୍ତରଖାନା, ନିୟମିତ କ୍ଲିନିକ୍ ଏବଂ ସର୍ଜରୀ ବନ୍ଦ କରିବାକୁ ପଡିବ ।
‘ଇଣ୍ଡିଆନ୍ ଏକ୍ସପ୍ରେସ୍’ର ରିପୋର୍ଟ ଅନୁଯାୟୀ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ବର୍ତ୍ତମାନ ପ୍ରାୟ ୩୫୦ ଡାକ୍ତର ଆଇସୋଲେସନରେ ଅଛନ୍ତି ।