ବୌଦ୍ଧ : ଚିକିତ୍ସାଧୀନ ଅବସ୍ଥାରେ କରୋନା ରୋଗୀଙ୍କ ମୃତ୍ୟୁ

ବୌଦ୍ଧ – ଆଜି ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା 1 ହଜାର ଅତିକ୍ରମ କରିଥିବା ବେଳେ ବୌଦ୍ଧ କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଗତ 5 ତାରିଖରେ କରୋନା ପଜିଟିଭ ଚିନ୍ହଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ l ଆଜି ସକାଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ସ୍ବତନ୍ତ୍ର ଚିକିତ୍ସା କରାଯାଇଥିଲା କିନ୍ତୁ ସେ ମୃତ୍ୟୁବରଣ କରିଥିଲେ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି l କୋଭିଡ୍ ଆକ୍ରାନ୍ତ ହୋଇଥିବା ରୋଗୀ ଜଣଙ୍କ ଗୁରୁତର ଭାବରେ ମଧୁମେହ ରୋଗରେ ପୀଡିତ ଥିଲେ l ତାଙ୍କୁ ଇନସୁଲିନ ଦିଆଯାଇଥିଲେ ମଧ୍ୟ ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିନଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ l ମୃତ କରୋନା ରୋଗୀ ଜଣଙ୍କ ବୌଦ୍ଧ ବିଚାର ବିଭାଗୀୟ ଅଦାଲତର ଜଣେ କର୍ମଚାରୀ ବୋଲି ଜଣାପଡିଛି l

Comments (0)
Add Comment