ରାସ୍ତା ଅବସ୍ଥା ସୁଧୁରିବ କେବେ ?

ବୌଦ୍ଧ,୬/୮ – ଦୀପ ତଳ ଅନ୍ଧାର ପରି ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟରେ ଥିବା ଅନେକ ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ସାଂଘାତିକ l ଟିକିଏ ବର୍ଷା ହେଲେ ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ନୁହେଁ l ଜାତୀୟ ରାଜପଥ ନମ୍ବର୍ 57 ର ମଧୁପୁର ଛକ ଠାରୁ ଗାଆଁ କୁ ଯାଇଥିବା ରାସ୍ତା ଦେଖିଲେ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ଦେଖିବାକୁ ପାଇବେ l ପ୍ରାୟ ଅଧ କିଲୋମିଟର ରାସ୍ତାର ଅବସ୍ଥା ଯାହା ହୋଇଛି ନ ଦେଖିଲେ ବିଶ୍ବାସ କରିପାରିବେ ନାହିଁ l ରାସ୍ତାର ଅବସ୍ଥା ବିଷୟରେ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲୁ l ସେ କହିଥିଲେ ଅବସ୍ଥା ବହୁତ୍ ଖରାପ ଅଛି | ଆମେ ଚେଷ୍ଟା କରୁଛୁ ଦିନେ ଦୁଇ ଦିନ ମଧ୍ୟରେ ରାସ୍ତାରେ ପଥର ଗୁଣ୍ଡ ପକାଇ ଲୋକଙ୍କ ଯାତାୟତର ସୁବିଧା କରାଇବୁ l କୌଣସି ଯୋଜନାରେ ରାସ୍ତାର ସ୍ଥାୟୀ କାମ ପାଇଁ ଅର୍ଥ ମଂଜୁର କରାଇବାକୁ ଚେଷ୍ଟା କରୁଛୁ ବୋଲି ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପ୍ରକାଶ କରିଛନ୍ତି |

Comments (0)
Add Comment