ପାଣିରେ ପଡି ମୃତ୍ୟୁ, ଥାନାରେ ମାମଲା ରୁଜୁ

ଫୁଲବାଣୀ,୩୦/୮- କନ୍ଧମାଳ ଜିଲ୍ଲାର ଖଜୁରିପଡା ଥାନା ସଦରମହକୁମା ଡଙ୍ଗିସାହି ଠାରେ ଏକ ଛୋଟପାଣି ଖାଲରେ ପଡି ଲାଇନପଡା ବପଲମେଣ୍ଡି ଗ୍ରାମର ସଭାଜନ ମଲିକ (୫୦) ଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ସଭାଜନ ଙ୍କ ପରିବାର ଜଣେ ଭାଇ ଖଜୁରୀପଡ଼ା ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ଆଜି ଅପରାହ୍ନ ୧ଟା ବେଳେ ସଭାଜନ ତାଙ୍କର ସାନଭାଇକୁ ଦେଖିବାକୁ ଆସିଥିଲେ।କିନ୍ତୁ ମେଡିକାଲ ରୁ ଗାଁକୁ ଯାଉଛି କହି ଖଜୁରୀପଡ଼ା ସ୍ଥିତ ଡଙ୍ଗିସାହି ପଟକୁ କିଛି କାମରେ ବୁଲି ଆସିଥିବା ଜଣାପଡିଛି।କିନ୍ତୁ ହଠାତ୍ ପାଣିରେ ପଡିଯିବା ଫଳରେ ସଭାଜନ ଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି।ସଭାଜନ ଙ୍କ ପୁଅ ଅଟଳ ମଲିକ ଥାନାରେ ତାଙ୍କର ବାପାଙ୍କ ପାଣିରେ ପଡି ମ୍ରୁତ୍ୟୁ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି।ସବଇନସ୍ପକ୍ଟର ଉଦ୍ଧବ କୁମାର ଯାନୀ ଶବକୁ ବ୍ୟବଛେଦ ପାଇଁ ଫୁଲବାଣୀ ପଠେଇଛନ୍ତି ଏନେଇ୧୭/୨୦ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ରମାକାନ୍ତ ପାତ୍ର କହିଛନ୍ତି।

Comments (0)
Add Comment