ବସ୍ ଖରାପ ହେବାରୁ ତେଲେଙ୍ଗାନାରେ ଅଟକିଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର ମଙ୍ଗଳମ୍‌ରୁ ଗତକାଲି ଭୋର୍‌ରୁ ବୌଦ୍ଧକୁ ବାହାରିଥିବା ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଡିଶା ସୀମାଠାରୁ ପ୍ରାୟ ୮୦୦ କି.ମି ଦୂରରେ ତେଲେଙ୍ଗାନା ରାଜ୍ୟର କୋଥାଗୁଦେମ ନିକଟ ରୁଦ୍ରପୁର ନିକଟରେ ଖରାପ ହେବା ଯୋଗୁଁ ଗତକାଲି ମଧ୍ୟରାତ୍ରୀରୁ ଅଟକି ରହିଥିବା ଜଣାପଡିଛି । ଆଠମଲ୍ଲିକ, ଗଞ୍ଜାମ ଓ କନ୍ଧମାଳର ଶ୍ରମିକମାନଙ୍କ ସହ ବୌଦ୍ଧର ୯ଜଣ ପ୍ରବାସୀ ଶ୍ରମିକ ଏହି ବସ୍‌ରେ ଫେରୁଛନ୍ତି । ସେମାନେ ଆଜି ସନ୍ଧ୍ୟା ସୁଦ୍ଧା ବୌଦ୍ଧରେ ପହଞ୍ଚି ଯିବାର ଆଶା ରଖିଥିବାବେଳେ ବସ୍ ଖରାପ ହେବାରୁ ପହଞ୍ଚିବାର ସମୟନେଇ ଅନିଶ୍ଚିତତା ଲାଗିରହିଛି ।

Comments (0)
Add Comment