କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ୱାରା ବର୍ଦ୍ଧିତ ହେଲା ବ୍ୟବସାୟିକ ସମୟ ସୀମା

ଫୁଲବାଣୀ:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାନୁଯାୟୀ(ଚିଠି ନଂ୧୦୫୪୬/୨୦) କନ୍ଧମାଳ ଜିଲ୍ଳାକୁ ସବୁଜ ବଳୟରେ ସ୍ଥାନିତ କରାଯାଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।ଏନେଇ ଜିଲ୍ଲା ପ୍ରଶାସନ ଦ୍ୱାରା କନ୍ଧମାଳ ଜିଲ୍ଲାରେ ସମସ୍ତ ଦୋକାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଥିଲା ।ଏହି ସମୟ ଅବଧିକୁ ବୃଦ୍ଧି କରିବାକୁ କେତେକ ବ୍ୟବସାୟୀ ଓ ସଂଘ ତରଫରୁ ଜିଲ୍ଲା ପ୍ରଶାସନଙ୍କୁ ନିଦେନ କରିଯାଇଥିଲା ।ନିବେଦନକୁ ବିଚାର କରି ଜିଲ୍ଲା ପ୍ରଶାସନ ବ୍ୟବସାୟୀକ ସମୟ ସୀମା ସକାଳ ୬ଟାରୁ ୧ଟା ପର୍ଯ୍ୟନ୍ତ ବୃଦ୍ଧି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହିସମୟ ସୀମା ଲକ୍‌ଡାଉନ୍ ଶେଷ ପର୍ଯ୍ୟନ୍ତ ବଳବତର ରହିବ ବୋଲି ବି‌ଜ୍ଞପ୍ତିରେ ଲିଖିତ ହୋଇଛି । ଏପଟେ ଫୁଲବାଣୀ ସହରର ଯାନବାହାନ ଚଳାଚଳ ବେପୁରୁଆ ଦେଖାଦେଇଛି । ବିଶେଷ କରି ବାଇକରେ ୩ଜଣ ବସିକି ଯିବାର ଦେଖିବାକୁ ମିଳୁଛି ।ପରିବା ବଜାରରେ ମଧ୍ୟ ସାମାଜିକ ଦୁରତା ଭଙ୍ଗ କରୁଛନ୍ତି ଲୋକମାନେ ।୧ମ,୨ୟ ପର୍ଯ୍ୟାୟର ଲକ୍‌ଡାଉନ୍ କଡାକଡି ପରି ୩ୟ ପର୍ଯ୍ୟାୟରେ ଦେଖିବାକୁ ମିଳୁନାହିଁ । ଯଦି ଏପରି ହୁଏ ତେବେ ଦୀର୍ଘ ଦିନର ଲକ୍‌ଡାଉନ୍ ଜନିତ ସମସ୍ୟାରେ ଜଡିତ ଥିବା ବ୍ୟବସାୟୀଙ୍କ ତପସ୍ୟା ବୃଥା ହୋଇଯିବ ବୋଲି କେତେକ ବୁଦ୍ଧୀଜିବୀ ଓ ସମାଜସେବୀ ଆଲୋଚନା କରୁଥିବାର ଶୁଣିବାକୁ ମିଳିଛି ।ଏଥି ପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବା ଉଚିତ୍ ବୋଲି ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି ।

Comments (0)
Add Comment