ବିଶ୍ୱ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର

ସାମାଜିକ ସଂଗଠନ ସମର୍ପିତ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଅବସରରେ କମିଶନରେଟ ପୋଲିସ ସହଭାଗିତାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ସରକାର ଙ୍କର କୋଭିଡ ନିୟମ କୁ ମାନି ରକ୍ତଦାତା ମାନେ ରକ୍ତଦାନ କରିଥିଲେ।ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଓଡିଶା ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, କମିଶନରେଟ ପୋଲିସ ଏ ସି ପି ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି ଙ୍କ ଦ୍ଵାରା ଶିବିର ଉଦଘାଟିତ ହୋଇଥିଲା।
ସମର୍ପିତ ଫାଉଣ୍ଡେସନ ପକ୍ଷରୁ ଆଜିକୁ ତିନିବର୍ଷ ଧରି ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ, ଶିଶୁ ଆଶ୍ରମ, କନ୍ୟାଶ୍ରମ ଓ ରାସ୍ତା କଡରେ ବସବାସ କରୁଥିବା ନିରାଶ୍ରୟ ବାସହୀନ ମାନଙ୍କ ପାଇଁ ସାପ୍ତାହିକ ଖାଦ୍ୟ ବଣ୍ଟନ ର ଆଜି ଥିଲା ୧୬୨ ତମ ସପ୍ତାହ।ଇତ୍ୟବସରରେ ଭରତପୁର ଓ ତମାଣ୍ଡୋ ଠାରେ ଥିବା ଦୁଇଟି ଦୃଷ୍ଟିହୀନ ଆଶ୍ରମ ରେ ରାସନ ସାମଗ୍ରୀ, ମାସ୍କ ସାନିଟାଇଜର ବଣ୍ଟନ କରାଯାଇଥିଲା ଓ ରସୁଲଗଡ଼ ସ୍ଥିତ ଏକ ଶିଶୁ ଆଶ୍ରମ ରେ ରାସନ ସାମଗ୍ରୀ, ମାସ୍କ ଓ ସାନିଟାଇଜର ସହ ଅବଢ଼ା ବଣ୍ଟନ କରାଯାଇଥିଲା।
ସମର୍ପିତ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଗୁଡିକ ପରିଚାଳିତ ହୋଇଥିଲା।

Comments (0)
Add Comment