ଟିକା କିଣିବାରେ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇଲେ ଅପରାଜିତା

ଭୁବେନଶ୍ୱର : ସମଗ୍ର ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଟିକା କିଣିବାରେ ବିଫଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ ଦେଶରେ ଟିକାକରଣ ଜୋରଦାର ଚାଲୁଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେବାକୁ ସାମାନ୍ୟ ସୌଜନ୍ୟତା ଦେଖାଇଲେ ନାହିଁ, ବରଂ ମୁଖ୍ୟମନ୍ତ୍ରୀ ନିଜ ଫଟୋ ଦେଇ ନିମ୍ନ ମାନସିକତା ଦେଖାଇଲେ । ଏହାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତି ଷଡଙ୍ଗୀ ଟ୍ୱିଟ୍ କରି କହିଛନ୍ତି ।

Comments (0)
Add Comment