ପଶ୍ଚିମ ଓଡିଶା ଯୁବାମଞ୍ଚ଼ ପକ୍ଷରୁ ସ୍ୱାଭିମାନ ଯାତ୍ରା

ସୁବର୍ଣ୍ଣପୁର : ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ସ୍ୱାଭିମାନ୍‌ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତିର ମାଟି ସୁବର୍ଣ୍ଣପୁରର ଦୁଇ ଯଶସ୍ୱୀ ବରପୁତ୍ର ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଓ ଡଃ ଅଟଲ ବିହାରୀ ପଣ୍ଡାଙ୍କ ନାମରେ ନବ ନିର୍ମିତ ଟାଉନ୍‌ ହଲ୍‌ ଓ ସଂସ୍କୃତି ଭବନକୁ ନାମିତ କରାଯିବା ସହ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଏକ ଦାବିପତ୍ର ଦିଆଯାଇଛି । ପଶ୍ଚିମ ଓଡିଶା ଯୁବାମଂଚର ଆବାହକ ଦୟାନନ୍ଦ ପଧାନ, ଉପ ସଭାପତି ଅରବିନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ଯୁବାମଂଚର ସଦସ୍ୟମାନେ ଦେବୀ ସୁରେଶ୍ୱରୀ ମନ୍ଦିରରୁ ସ୍ୱାଭିମାନ ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

Comments (0)
Add Comment