ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ

ଭୁବନେଶ୍ୱର: ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ଆଜିବିଧାନସଭାରେ ପାରିତ ହୋଇଛି । ଭାରତୀୟ ଜନତା ପାର୍ଟିର ସଦସ୍ୟ ଏହି ବିଲ୍ ଆଲୋଚନା ସମୟରେ ଭାଗ ନେଇନଥିବା ବେଳେ କଂଗ୍ରେସ ସଦସ୍ୟମାନେ ଏହି ବିଲକୁ କଳା ବିଲ୍ କହିଛନ୍ତି । ଏହି ବିଲ୍‌କୁ ସଂଶୋଧନ ପାଇଁ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଗତ କରିବା ପରେ ଏ ସଂପର୍କରେ କହିଥିଲେ ଯେ,ଅନ୍ୟ ରାଜ୍ୟରେ ବିଶ୍ୱବିଦ୍ୟାଳୟର ଭିସି ଚୟନ ରାଜ୍ୟ ସରକାର କରୁଛନ୍ତି । କିନ୍ତୁ ଆମ ରାଜ୍ୟରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ କରାଯାଏ । ରାଜ୍ୟପାଳ ଭିସିଙ୍କୁ ନିଯୁକ୍ତି କରିଥାନ୍ତି । ଏହାଦ୍ୱାରା ସ୍ୱାୟତ୍ତତା ରକ୍ଷା କରାଯାଇପାରୁଛି । ଅଧ୍ୟାପକ ନିଯୁକ୍ତି ଓପିଏସି ଦ୍ୱାରା ନିଯୁକ୍ତି କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ । ସଂଶୋଧିତ ବିଲରେ ସିନେଟ୍‌ର ଉଚ୍ଛେଦ କରାଯିବା ସହିତ ସିଣ୍ଡିକେଟକୁ ମୁଜଭୁତ କରାଯାଇଛି । ଜାତୀୟ ଶିକ୍ଷାନୀତିକୁ ଅଧିକ ତର୍ଜମା କରି ରାଜ୍ୟ ସରକାର କମିଟି ଗଠନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ସେ କହିଥିଲେ ଯେ, ଏହି ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟର କୌଣସି ସ୍ୱାଧୀନତା ବ୍ୟାହତ ହେବ ନାହିଁ । ବରଂ ଉଚ୍ଚଶିକ୍ଷା ପାଇଁ ଏହା ଏକ ସଶକ୍ତ ହୋଇପାରିବ ବୋଲି ସେ ଆଶାପ୍ରକାଶ କରୁଛନ୍ତି । ସେ ପୁଣି କହିଲେ ଏହି ନୂତନ ଆଇନ ବିଶ୍ୱ ବିଦ୍ୟାଳୟର କୌଣସି ଅଧିକାରକୁ କ୍ଷୁର୍ଣ୍ଣ କରିବ ନାହିଁ । ତେଣୁ ଗୃହର ସଦସ୍ୟମାନେ ସରକାରଙ୍କ ଉପରେ ବିଶ୍ୱସପ୍ରକଟ କରିବା ଉଚିତ୍ ।

Comments (0)
Add Comment