କଣ୍ଟାମାଳ ଗଞ୍ଜେଇ ସାମ୍ରାଜ୍ୟରେ ଉଡୁଛି ଟଙ୍କା, ବେପାର ଓ ଯୌନ ଉପଭୋଗ ପାଇଁ ଆସୁଛନ୍ତି ରାଣୀ ମହୁମାଛି

କଣ୍ଟାମାଳ : ସଂପ୍ରତି ଗଞ୍ଜେଇ କାରବାରକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟୀ ବେପାରର ସାମ୍ରାଜ୍ୟ ବୃଦ୍ଧି ସହ ଯୌନ ଉପଭୋଗ ପାଇଁ ମହିଳା ଗୋଷ୍ଠୀଙ୍କୁ ଏହି କାରବାରରେ ସଂମ୍ପୃକ୍ତ କରୁଥିବା ଦେଖିବାକୁ ମିଳିଛି । ବ୍ୟବସାୟ ପାଇଁ ମହିଳାଙ୍କୁ ମାଧ୍ୟମ କରିବା ଏବଂ ସେମାନଙ୍କୁ ନେଇ ଦେହ କାରବାର କରିବା ଭଳି ଏକ ବଡଧରଣର ଖୁଲାଶା କରିଛି କଣ୍ଟାମାଳ ପୋଲିସ । ଗଞ୍ଜେଇ କାରବାରରେ ସଂପୃକ୍ତ ଯୁବଗୋଷ୍ଠୀ ବଡଧରଣର ରୋଜଗାର ପରେ କିଭଳି ଆୟସ କରନ୍ତି ପ୍ରଚୁର ମଦପାଣି ପିଇ ନୂଆନୂଆ ଝିଅକୁ ଆଣି ଉପଭୋଗ କରନ୍ତି ତାହା ଗତକାଲି ରାତିରେ କଣ୍ଟାମାଳ ପୋଲିସ ଖୁଲାସା କରିବା ସହ ଏଭଳି ଦେହ କାରବାରରେ ସଂପୃକ୍ତ ଜୈନିକ ଯୁବକ ଏବଂ ଦେହ ବ୍ୟବସାୟୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗତ ୧୨ ତାରିଖ ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଚାଲିଥିବା ବେଳେ କଣ୍ଟାମାଳ-ମନମୁଣ୍ଡା ୪୧ ନଂ ରାଜ୍ୟ ରାଜପଥର ରୁଣ୍ଡିମହୁଲ ନିକଟରେ ଏହି ଦେହ ବ୍ୟବସାୟ ଚାଲିଥିବା ବେଳେ ଚଢାଉ କରି ଜଣେ ଯୁବକ ଓ ଯୁବତୀକୁ ଧରିବାରେ ସଫଳ ହୋଇଥିବା ବେଳେ ୫/୬ ଜଣ ଘଟଣାସ୍ଥଳରୁ ଫେରାର ମାରିଥିଲେ । ସୂଚନା ପ୍ରକାରେ ମହିଳା ଜଣକ କେନ୍ଦୁଝର ଜିଲ୍ଲାର ସେ ବଲାଙ୍ଗୀର ଆସିଥିବା ବେଳେ ଏହି ଦେହ ବେପାରର ଦଲାଲ ସାଜିଥିବା ବଲାଙ୍ଗୀରର ଜୈନିକ ବ୍ୟକ୍ତି ମହିଳା ଜଣକୁ ଏଠାକୁ ନେଇ ଆସିଥିଲେ । ମହିଳା ଜଣକ ସାଙ୍ଗରେ ଆଣିଥିବା ଏକ ସ୍କୁଟିକୁ ମଧ୍ୟ ପୋଲିସ ପାଇଥିବା ବେଳେ ଗତକାଲି କଣ୍ଟାମାଳ ଥାନା କେଶ ନଂ ୧୦୧/୧୨.୮.୨୦୨୧ରେ ମକଦ୍ଦମା ଋଜ୍ଜୁ କରାଯାଇ ଆସାମୀ ଜଗୁ ସାହୁ (୨୫ ବର୍ଷ)କୁ କୋର୍ଟ ଚାଲାଣ କରିବା ସହ ଓ ଏଭଳି କୁକର୍ମରେ ଲିପ୍ତ ଥିବା ଯୁବତୀ ଜଣକୁ ବୌଦ୍ଧସ୍ଥିତ ସ୍ୱଧାରକୁ ପଠାଇ ଦିଆ ଥିବା ଜଣାଯାଇଛି । ଘଟଣାକୁ ନେଇ ପୋଲିସ ଇମ ମୋରାଲ ଟ୍ରାଫିକିଂ ଆକ୍ଟ ୩,୪,୫,୭ରେ ମକଦ୍ଦମା ଋଜ୍ଜୁ କରିଥିବା ବେଳେ ଆଇ.ଆଇ.ସି ଅଶ୍ୱିନୀ ଭିତିରିଆ ଏହାରି ତଦନ୍ତ ଭାର ନେଇଥିବା ପ୍ରକାଶ । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଆଇ.ଆଇ.ସି ପ୍ରକାଶ କରିଛନ୍ତି ।

Comments (0)
Add Comment