ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ଗଞ୍ଜାମରେ ୧୭ଜଣ ଚିହ୍ନଟ ପରେ ରାଜ୍ୟ ସରକାର ଗଞ୍ଜାମକୁ ରେଡ୍ ଜୋନରେ ସାମିଲ କରିଛନ୍ତି । ଏଥି ସହିତ ମୟୁରଭଞ୍ଜ, ଜଗତିସଂପୁର ଜିଲ୍ଲାକୁ ଅରେଞ୍ଜ ଜୋନ ଭାବରେ ମଧ୍ୟ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବିଏମ୍ସି ଅର୍ଥାତ ଭୁବନେଶ୍ୱର, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ରେଡ ଜୋନରେ ଥିଲା ।