ଟଙ୍କା ହଡପ ଅଭିଯୋଗରେ ଜେଇ ସହ ସହଯୋଗୀ ଗିରଫ, ଅଭିଯୁକ୍ତ କୋର୍ଟ ଚାଲାଣ

ଜି.ଉଦୟଗିରି : ଟଙ୍କା ହଡପ କରିଥିବା ଅଭିଯୋଗରେ ଜଣେ କନଷ୍ଟ୍ରକସନ କମ୍ପାନୀର ଜେ.ଇ ସହ ତାଙ୍କ ସହଯୋଗୀକୁ ଜି.ଉଦୟଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ କରୁଥିବା ରାଜେଶ କନଷ୍ଟକସନ କମ୍ପାନୀର ସୁପରଭାଇଜର ଦୀପକ କୁମାର ସିଂ ୨୦ ଉକ୍ତ କମ୍ପାନୀରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ(ଜେ.ଇ) ଏମ.ଡି ବଜ୍ରୃ ଜୋଦା ୨୪ଙ୍କୁ ଶ୍ରମିକ ମଜୁରୀ ଟଙ୍କା ପୈଠ କରିବାକୁ ଦେଇଥିବା ବେଳେ ଜେ.ଇ ଶ୍ରମିକମାନଙ୍କୁ ଟଙ୍କା ପୈଠ ନକରିବା ସହ କମ୍ପାନୀ କାର୍ଯ୍ୟରେ ଲାଗିଥିବା ଏକ ଟ୍ରାକ୍ଟରକୁ ଜଣେ ସହଯୋଗୀ କାଳିଆ ଦିଗାଳ (୩୨)ଙ୍କ ସହାୟତାରେ ବିକ୍ରୀ କରିଦେଇ ମେ ମାସରୁ ଜେ.ଇ ଫେରାର ହୋଇଯାଇଥିଲା ।ଏ ନେଇ ସୁପରଭାଇଜର ଦୀପକ ସିଂ ଜି.ଉଦୟଗିରି ଥାନାରେ ଗତ ୧୭.୦୫.୨୧ ତାରିଖରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।ଦୀପକର ଏତଲାକୁ ଭିତି କରି ଥାନା କେସ୍‌ ନଂ ୪୫/୨୧ ଧାରା ୩୭୯,୪୨୦,୩୪ ଆଇପିସିରେ କେସ୍‌ ରୁଜୁ କରି ଫେରାର ଅଭିଯୁକ୍ତ ଜେ.ଇ କୁ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲରୁ ଗିରଫ କରିଥିବା ବେଳେ ସହଯୋଗୀକୁ ଫୁଲବାଣୀରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସହ ତଦନ୍ତ ଦାୟିତ୍ୱ ଏସ ଆଇ କୌଶଲ୍ୟା ବେହେରାଙ୍କୁ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି ।

Comments (0)
Add Comment