ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ର ନୂଆ ପଦକ୍ଷେପ

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟବିବାହ ର ସ୍ଥିତି ଉଦ୍ବେଗ ଜନକ ଥିବାବେଳେ ଗଜପତିରେ ସ୍ଥିତି ବି ଖରାପ ଅଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଏକ ଟାସ୍କ ଫୋର୍ସ ତିଆରି ହେବା ସହ ଏହାର ପ୍ରଥମ ବୈଠକ ଗଜପତି ଜିଲ୍ଲାପାଳ  ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଟାସ୍କ ଫୋର୍ସରେ ଜିଲ୍ଲାପାଳ ଅଧ୍ୟକ୍ଷ ଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆବାହକ ଏବଂ ସହ ଆବାହକ ଅଛନ୍ତି। ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, ଚାଇଲଡ଼ ଲାଇନ ର ସଦସ୍ୟ ଓ ବେସରକାରୀ ଅନୁଷ୍ଠାନ ର ସଭ୍ୟ ରହିଛନ୍ତି। ଜିଲ୍ଲା ରେ ବାଲ୍ୟବିବାହ ର ସ୍ଥିତି ଏବଂ ତାହାର କାରଣ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହା ଦ୍ବାରା କିଶୋରୀ ଅନ୍ତଃ ସତ୍ତ୍ୱ।,କମ ଓଜନରଛୁଆ ଜନ୍ମହେବା, ଅପପୁଷ୍ଟି,ରକ୍ତ ହୀନତା ଇତ୍ୟାଦି ରୋଗରେ ପୀଡିତ ହେବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା।ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ର ପ୍ରମୁଖ କାର୍ଯ୍ୟ ଗୁଡିକ ହେଲା ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା, ବିଭିନ୍ନ ଜିଲ୍ଲା ଗୁଡିକୁ ଜଡିତ କରାଇବା, ଲୋକ ମାନଙ୍କ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା, ହେବାକୁ ଥିବା ବାଲ୍ୟବିବାହକୁ କିପରି ବନ୍ଦ କରାଯିବ ତାହା ଉପରେ ଯୋଜନା ପ୍ରସ୍ତୁତ କରିବା, ଉଦ୍ଧାର ହୋଇ ଥିବା ଝିଅ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା କରିବା,ଦୋଷୀ ଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନ ଗତ     କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ  ସମିତି ଏବଂ ପଞ୍ଚାୟତ ମାନଙ୍କରେ କିପରି ଯଥା ଶୀଘ୍ର ଟାସ୍କଫୋର୍ସ ଗଠନ କରାଯିବ ତାହା ଉପରେ  ଜିଲ୍ଲା ପାଳ ଗୁରୁତ୍ୱାରୋପ କରିବାସହ ବାଲ୍ୟବିବାହ ଉପରେ ଜିଲ୍ଲା ର  ସ୍ଥିତି ପାଇଁ ଏକ ନମୂନା ସର୍ଭେ କରିବା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଥିଲା। ଆଗାମୀ ଦିନରେ ପ୍ରତି ଗ୍ରାମକୁ କିପରି ବାଲ୍ୟ ବିବାହମୁକ୍ତ ଗ୍ରାମଭାବରେ ଘୋଷଣା କରାଯିବ ତାହା ଉପରେ ଆଲୋଚନା କରି ବ୍ୟାପକ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ ସୀତା ରାମ ଶତପଥୀ,ପ୍ରକଳ୍ପ ପ୍ରଶାସକ,ଆଇ ଟି ଡି ଏ ସରୋଜ ବେହେରା,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ପ୍ରକଳ୍ପ। ସଂଯୋଜକ, ମିଶନ ଶକ୍ତି ରଶ୍ମିରଞ୍ଜନ ସେଠୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ,ଜିଲ୍ଲା ଶିଶୁ  ସୁରକ୍ଷା ଅଧିକାରୀ  ଅରୁଣ କୁମାର ତ୍ରିପାଠୀ, UNFpAର ଜିଲ୍ଲା  ପ୍ରତିନିଧି ସୁଶ୍ରୀ  ସଂଯୁକ୍ତା ତ୍ରିପାଠୀ ଓ Action Aid ର ପ୍ରତିନିଧି ଶ୍ରୀ   ପ୍ରଵୋଧ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment