ଲକଡାଉନରେ ଜୀବନ ଜୀବିକା ଯୋଗାଇଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 149ଟି ପଞ୍ଚାୟତରେ ପଞ୍ଜିକୃତ ଶ୍ରମିକ ମାନଙ୍କୁ କାମଯୋଗାଇ ଦିଆଯାଇଛି। ଆଜି ଜିଲ୍ଲାରେ 37 690 କାମ କରୁଥିବା ର ଜଣାପଡିଛି।ଜିଲ୍ଲାରେ ଛୋଟ ବଡ଼ 2204 ପ୍ରକଳ୍ପ ଚାଲିଥିବା ର ଜଣାପଡିଛି। ଜିଲ୍ଲାରେ 7 ଟି ବ୍ଳକ ଓ ବିଭିନ୍ନ ବିଭାଗ ଯଥା ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ବିଭାଗ,ବନ ବିଭାଗ, OTELP , LSDA , SDA ଚନ୍ଦ୍ର ଗିରି, ଆଦିବାସୀ ଉନ୍ନୟନ ସଂସ୍ଥା,ଟସର ପ୍ରକଳ୍ପ ସଂସ୍ଥା ଏହି ଭଳି ବିଭାଗ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଚାଲିଥିବା ର ଜଣାପଡିଛି।ଯାହା ଫଳରେ ଶ୍ରମିକମାନେ କାମ ପାଇ ବେଶ ଖୁସି ରେ ଅଛନ୍ତି।

Comments (0)
Add Comment