ଜନସେନା ଅଧିନେତା ପୱନ କଲ୍ୟାଣଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି : ଆଜି ଜନସେନା ଅଧୀନେତା ଶ୍ରୀ ପୱନ କଲ୍ୟାଣଙ୍କୁ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଏବଂ ଚିତ୍ରି ସିମହଦ୍ରି କାଶୀନଗର ବ୍ଲକ ଚେୟାରମ୍ୟାନ୍ ଚିତ୍ରୀ ସୀମାଦ୍ରୀ, ଜନସେନା ଅଧିନେତା ଶ୍ରୀ ପୱନ କଲ୍ୟାଣଙ୍କୁ ହାଇଦ୍ରାବାଦ ସ୍ଥିତ ଜନସେନା କାର୍ଯ୍ୟାଳୟରେ ସାକ୍ଷାତ କରି ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇ ଆଲୋଚନା କରିଥିଲେ । ମୁଖ୍ୟତଃ ଓଡିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଉଭୟ ନେତା ଆଲୋଚନା କରିଥିଲେ । ବିଧାୟକ ଶ୍ରୀ. କେ ନାରାୟଣ ରାଓଙ୍କ ଅନୁରୋଧ କ୍ରମେ ଜନ ସେନା ଅଧୀନେତା ଶ୍ରୀ ପୱନ କଲ୍ୟାଣ, ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲା ଗସ୍ତରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments (0)
Add Comment