୩୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ,୩ ଅଭିଯୁକ୍ତ ଗିରଫ

ଇଚ୍ଛାପୁର :ଇଚ୍ଛାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଲକଡ଼ାଉନ ଓ ସଟଡ଼ାଉନ ପାଗ ସୁଅ ଛୁଟାଉଛି ଗଞ୍ଜେଇ ଚାଲାଣ ମାଫିଆମାନଙ୍କୁ କାରଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଅନେକ ଜିଲ୍ଲାରୁ ବହୁବାର ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ଅନେକ ତରିକା କରି ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଛନ୍ତି , କିନ୍ତୁ ଆଜି ଏକ ନୂଆ ତରିକା ଆପଣେଇଛନ୍ତି ମାଫିଆମାନେ । ଭୁଇଁଚଣା ଗାଡ଼ି ଭିତରେ ସହ ସହ କେଜିର ଗଞ୍ଜେଇ ଚୋରା ଚାଲାଣ କରିଛନ୍ତି । ଏହି ଗଞ୍ଜେଇ ଗାଡ଼ି କୋରାପୁଟ ଏପି ବୋଡ଼ର୍ର ରୁ ବିହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଇଛାପୁର ପୁରଣା ଟୁଲ୍ ଗେଟ ନିକଟରେ ଇଚ୍ଛାପୁର ପୁଲିସ ହାବୁଡ଼ରେ ପଡିଥିଲେ । ପରେ ଗାଡ଼ି ଯାଞ୍ଚ ବେଳେ ସେଥିରୁ ୧୨୦ ଟି
ଭୂଇଁଚଣା ବସ୍ତା ତଳେ ୧୮୦ ଟି ବ୍ୟାଗ ଅର୍ଥାତ୍ ୯୦୦ କେଜି ଗଞ୍ଜେଇକୁ ଜବତ କରି ତିନି ଜଣଙ୍କୁ ଗିରଫ କରିଛି ଇଚ୍ଛାପୁର ପୁଲିସ । ଗିରଫ ଅଭିଯୁକ୍ତ ହେଲେ ପଞ୍ଜାମ ର ବଲଭିନ୍ଦ୍ରର,ବିହାର ରାଜ୍ୟ ର ସନ୍ତୋଷ କୁମାର ସିଂ, ଉତ୍ତରପ୍ରଦେଶର ସୁନିଲ କୁମାର ସିଂ । ସୂଚନାରୁ ପ୍ରକାଶ ଯେ ଆଜି ଇଚ୍ଛାପୁର ପୁଲିସ ଏବଂ କ୍ରାଇମ ଟିମ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଇଛା ପୁର ପୁରଣା ଟୁଲ୍ ଗେଟ ପେଟ୍ରୋଲିଂ କରୁଥିବା ସମୟରେ କୋରାପୁଟ ଏପି ବୋଡ଼ର୍ର ରୁ ବିହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ମିନି ଟ୍ରକ ଟିବି-୧୩-ଏଡବ୍ଲ୍ୟୁ -୮୧୨୬
ଭୂଇଁଚଣା ଲୋଡ଼ ଥିବା ଗାଡ଼ିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡ଼ିଭିତରରୁ ୧୮୦ ପ୍ୟାକେଟ ଅର୍ଥାତ୍ ୯୦୦ କେଜି ଗଞ୍ଜେଇ ଜବତ କରିଥିଲେ । ଏହାର ର ଆନୁମାନିକ ମୂଲ୍ଯ ୩୬ଲକ୍ଷ ବୋଲି ଇଚ୍ଛାପୁର ପୁଲିସ ପକ୍ଷରୁ ସୂଚନାମିଳିଛି , ଏହି ଘଟଣାରେ ପୁଲିସ ତିନିଜଣ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଜବତ ବେଳେ ସିଆଇ ବିନୋଦ ବାବୁ ,ଏସଆଇ ସତ୍ୟ ନାରାୟଣ ଟିମ ସହ କ୍ରାଇମ ଟିମ୍ ଉପସ୍ଥିତ ଥିଲେ ।

Comments (0)
Add Comment