ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି ।
ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୂରଲୀଧରଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବାର ଆସୋସିଏସନର ବହୁ ଦିନର ଦାବିକୁ ପୂରଣ କରିବାରେ ସହାୟକ ହେବା ସହିତ ଏହି ଅଞ୍ଚଳବାସୀ ଉପକୃତ ହେବେ ବୋଲି ଜଷ୍ଟିସ ମୂରଲୀ ଧର ପ୍ରକାଶ କରିଥିଲେ । ଏହି ଉତ୍ସବରେ ହାଇକୋର୍ଟ ବିଚାରପତି ଡ. ଜଷ୍ଟିସ ବଅର ଷଡଙ୍ଗୀଙ୍କ ସମେତ ଅନ୍ୟ ବିଚରପତି ମଧ୍ୟ ଉପସ୍ଥିତ ଥିଲେ ।ଏଥିରେ ସୁବ୍ରତ ମହାନ୍ତି ପାରିବାରିକ ଅଦାଲତ ରେ ବିଚରାପତି ହିସାବରେ ଶପଥ ପାଠ କରିଥିଲେ । ଏତଦବ୍ୟତତ ପାରଳାଖେମୁଣ୍ଡି କୋର୍ଟର ଜିଲ୍ଲା ଓ ଦୌରା ଜଜ ସତ୍ୟପିର ମିଶ୍ର, ରେଜିଷ୍ଟର ସତ୍ୟବ୍ରତ ରଣାଙ୍କ ସମେତ ଅନ୍ୟ ଜଜମାନେ ଓ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ଜୟରାମ ଶତପଥୀ ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ରାମ ନାଥ ମିଶ୍ର, ସଂପାଦକ ଏମ୍ ପୃଥିବୀ ରାଜଙ୍କ ସମେତ ଅନ୍ୟ ଆଇନଜିବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।