ଏଟିଏମ ମେସିନ ଭାଙ୍ଗି ଲୁଟ୍‌ ସହ ଦୋକାନୀଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ : ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ଉନ୍ନତ କାଣ୍ଡ । ଏଟିଏମ ମେସିନ ଭାଙ୍ଗି ଲୁଟ ଉଦ୍ୟମ କରିବା ସହିତ ନିକଟ ଗୋଟିଏ ଦୋକାନରେ ପଶି ଦୋକାନୀଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ନୂଆଗାଁ ସୁଗାର ଫେକ୍ଟ୍ରି ଛକ ଠାରେ । ସୂଚନା ମୁତାବକ ରାତି ବାରଟା ବେଳେ ତିନି ଜଣ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକେଲରେ ଆସି ଛକ ନିକଟରେ ଥିବା ଗୋଟିଏ ଦୋକାନ ପଶି ଦୋକାନୀକୁ ମାରପିଟ କରିବା ସହିତ ତାଙ୍କଠାରୁ ତିନି ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଥିଲେ । ଏହାସହିତ ଛକ ଠାରେ ଥିବା ଏସବିଆଇ ଏଟିଏମ ମେସିନ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣା ପଡିଛି । ଖବର ପାଇ ଆସିକା ପୋଲିସ ପହଁଚି ତଦନ୍ତ ଚଳାଇ ଥିବା ବେଳେ ଆଜି ଡଗ ସ୍କ୍ୱାର୍ଡ ପହଞ୍ଚି ଛାନବିନ କରିଥିବା ନେଇ ସୂଚନା ମିଳିଛି । ତେବେ ଦିନକୁ ଦିନ ଅଞ୍ଚଳରେ ଏଟିଏମ ଲୁଟାରେ ମାନେ ଲୁଟ ପାଇଁ ପ୍ରୟାସ ଚଳାଉଥିବା ବେଳେ ପୋଲିସ ପାଇଁ ସୃଷ୍ଟି ହୋଇଛି ଚାଲେଞ୍ଜ ।

Comments (0)
Add Comment