୬୧ ୟୁନିଟ ରକ୍ତ ସଂଗ୍ରହ କଲା ସନଣ୍ଡେ ଗ୍ରୁପ

ସମ୍ବଲପୁର: ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ “ସନଣ୍ଡେ ଗ୍ରୁପ’ର ୧୪ତମ ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ରକ୍ତଦାନ ଶିବିରରେ ୬୧ୟୁନିଟ ରକ୍ତ ସପ୍ସଗ୍ରହିତ କରାଯାଇଛି । ବର୍ତ୍ତମାନ ସବୁଆଡେ କରୋନା ରୋଗୀଙ୍କ ଚିକିତ୍ସା ବିଷୟରେ ଚର୍ଚ୍ଚା ହେଉଛି ଓ ଏଥିପାଇଁ ଅଧିକାଂଶ ସ୍ଥିତିରେ ରୋଗୀକୁ ରକ୍ତ ଦେବାକୁ ପଡୁଛି, କିନ୍ତୁ ଏଥିପାଇଁ ଆବଶ୍ୟକ ପରିମାଣରେ ରକ୍ତ ଉପଲବ୍ଧ ହେଉନାହିଁ । ଏଣୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ କରି ରକ୍ତଦାତାଙ୍କୁ ଏଥିରେ ଯୋଗଦାନ ପାଇଁ ଆହ୍ୱାନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ସନଣ୍ଡେ ଗ୍ରୁପର ଆହ୍ୱାନକ୍ରମେ ଗତକାଲି ତାଙ୍କର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସ୍ଥିତ ସମ୍ବଲପୁର ବ୍ଲଡବ୍ୟାଙ୍କରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଓ ଏଥିରେ ବହୁ ସଂଖ୍ୟାକ ରକ୍ତଦାତା ସାମିଲ ରହିଥିଲେ । ସଂଗଠନ ପକ୍ଷରୁ ପ୍ରଦତ୍ତ ଏହି ସୂଚନା ଅନୁସାରେ ଉକ୍ତ ରକ୍ତଦାନ ଶିବିରର ଅନ୍ୟ ଏକ ଉପଲବ୍ଧି ଥିଲା ଯେ ଏଥିରେ ୧୫ଜଣ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଏହି ଶିବିରର ଅଭୂତପୂର୍ବ ସଫଳତା ପାଇଁ ସନଣ୍ଡେ ଗ୍ରୁପ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣାଇ ଦିଆଯାଇଛି ।

Comments (0)
Add Comment