ସମ୍ବଲପୁରରେ ହେବ “ଅଗ୍ନିବୀର” ପାଇଁ ସେନା ନିଯୁକ୍ତି ରାଲି

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହର ଉପକଣ୍ଠ ସ୍ଥିତ ଜମାଦାରପାଲି ଠାରେ ଅଗ୍ନିବୀର ପାଇଁ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ସଂକ୍ରାନ୍ତରେ ଆଜି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେନା ପକ୍ଷରୁ ରାଲି ନିମନ୍ତେ ପ୍ରସ୍ତୁତ ପୂର୍ବ ଯୋଜନା ଉପସ୍ଥାପନ କରା ଯାଇଥିଲା । ପ୍ରଶାସନ ତରଫରୁ ବିଭିନ୍ନ ବିଭାଗୀୟ ଅଧିକାରିମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅଧିକରୁ ଅଧିକ ପ୍ରାର୍ଥୀ ଭାଗନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ୧୫୦୦ ରୁ ୨୦୦୦ ପ୍ରାର୍ଥୀ ଏହି ସେନା ରାଲିରେ ଅଂଶ କରିବା ନେଇ ପୂର୍ବାନୁମାନ କରାଯାଉଛି । ସେନା ତରଫରୁ ପ୍ରତି ବର୍ଷ ସର୍ବ ଭାରତୀୟ ସ୍ତରରେ ୫୦ ହଜାର ପଦବୀ ପୂରଣ ପାଇଁ ଆବଶ୍ୟକ ହୋଇଥାଏ । ସେଥିମଧ୍ୟରୁ ଓଡିଶା ପାଇଁ ୨ ହଜାର ପଦବୀ ରହିଛି, କିନ୍ତୁ ପଦବୀର ୭୦ ପ୍ରତିଶତ ଉପଯୋଗୀ ହେଉଥିବା ଏଠାରେ ବେଳେ ବାକି ରହିଯାଇଥିବା ପଦ ପୁରଣ ହେଇପାରୁନି ବୋଲି ସେନା ଅଧିକାରୀ କହିଛନ୍ତି । ଏହି ସେନା ନିଯୁକ୍ତି ନାଲି ପାଇଁ ଅନୁଗୁଳ, ବଲାଙ୍ଗୀର, ବରଗଡ, ଢେଙ୍କାନାଳ, ଦେଓଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଳାର ପ୍ରାର୍ଥୀ ଯୋଗ ଦେଇପାରିବେ । ଏଥି ନିମନ୍ତେ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ (JOININDIANARMY. NIC. IN) ରେ ଉପରୋକ୍ତ ଜିଲ୍ଳାର ଯୋଗ୍ୟ ପ୍ରାର୍ଥୀ ଆଜିଠାରୁ ଅର୍ଥାତ ୫ ଜୁଲାଇରୁ ୩ ଅଗଷ୍ଟ ୨୦୨୨ ମଧ୍ୟରେ ପଞ୍ଜିକୃତ କରିପାରିବ । ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପିଡି ଡିଆରଡିଏ ତନ୍ମୟ କୁମାର ଦରୱାନ, କର୍ଣ୍ଣେଲ ଡ଼ାଇରେକଟର ଏଆରଓ ସୁଦୀପ ବୋଷ, କ୍ରୀଡା ଅଧିକାରୀ ଜୟଶ୍ରୀ ପାଢ଼ୀ, ଏଆରଓ ସମ୍ବଲପୁର ସବ ଏମଏଜେ, ରାଜେଶ ନୱାନୀ, ଡେପୁଟି ଏସପି ଓ ଡିଆଇବି ଜେମସ ସମଦ, ଆସିଷ୍ଟାଣ୍ଟ ଫାୟାର ଅଫିସର ଜିତେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଳା ଚିକିତ୍ସାର ଡାକ୍ତର ଏସ. କେ ତିରିଆ, ମହାନଗର ନିଗମ ଡେପୁଟି କମିସନର ବିନୋଦ ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ, ଆରଡବ୍ଲୁଏସଏସ, ସୁଚିତ୍ର କୁମାର ମହାନ୍ତି, ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ନିୟୋଜନ କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ଶଙ୍କର ଚରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment