ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା : ଧାରଣା ପାଇଁ ବିଜେପିର ପ୍ରସ୍ତୁତି

ବଡଚଣା ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରତିବାଦରେ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଲଲାଟ କେଶରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ସଂପାଦକ ତଥା ବଡଚଣା ବିଜେପି ନେତା ଅମର ନାୟକ ଯୋଗଦେଇ ଆବାସ ଯୋଜନାରେ ବ୍ଲକରୁ ୪୩୧୭ ହିତାଧିକାରୀଙ୍କ ନାମ ଚୁଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି ।ଏଥିରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ କରିଥିବା ବେଳେ ଆହୁରି ଅନେକ ଯୋଗ୍ଯ ହିତାଧିକାରୀଙ୍କ ନାମ ବାଦ ପଡିଛି। ପୂର୍ବରୁ ଆସିଥିବା ଆବାସ ଯୋଜନାକୁ ବାଟମାରଣା ପ୍ରତିବାଦରେ କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ଆସିଥିଲେ ବି ଅନିୟମିତତାର କରିଥିବା ଅଧିକାରୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହଁ।

ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନ,ସଂପାଦକ ପ୍ରମୋଦ ଜେନା,ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ତଥା ଯୁବ ନେତା ଯଶୋଦିପ୍ତ ସାମଲ,ପଛୁଆବର୍ଗ ମୋର୍ଚ୍ଚା ସଭାପତି ସମରେନ୍ଦ୍ର ପରିଡା,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଭାକର ମଲିକ, ପ୍ରଦିପ ସାମଲ,ବେଣୁଧର ବିଶ୍ବାଳ,ବିକାଶ ମହାପାତ୍ର, ସମିତି ସଭ୍ଯ ପ୍ରୀତମ ନାୟକ,ପୂର୍ବତନ ସରପଞ୍ଚ ରବିନ୍ଦ୍ର ମହାନ୍ତି,ଅଭୟ ତରାଇ ଓ ଦିପକ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment